Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମେଗାଲିଫ୍ଟ ରୁ ଜଳସେଚନ ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ଦାବିପତ୍ର।

କୋକସରା:୧୮/୧୨ ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଲ ରୁ ଜଳସେଚନ ଦାବି କରି ସୋମବାର ଧର୍ମଗଡ଼ ବ୍ଲକ ତେଣ୍ଡାପାଳି ପଞ୍ଚାୟତ ଅନ୍ତର୍ଗତ ତେଣ୍ଡାପାଳି ଓ ଲିମପଡା ଗାଁ ର ଶତାଧିକ ଚାଷି ସମୁହ ଯୁବ ଚାଷୀନେତା ରାଜେନ୍ଦ୍ର ନାଏକ ଙ୍କ ନେତୃତ୍ୱରେ କୁସୁମଖୁଣ୍ଟି ମେଗାଲିଫ୍ଟ ବିଭାଗ ଅଧିକାରୀ ଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି। ଚାଷି ଜଣାଇଥିବା ଅଭିଯୋଗ ଅନୁସାରେ ଉଠା ଜଳସେଚନ କେନାଲ ସର୍ଗିଗୁଡା ୧୫ ନମ୍ବର ଡି.ଏମ ଦେଇ ଯାଇଥିବା ବେଳେ ସେହି ନିକଟବର୍ତ୍ତୀ ଦୁଇ ଗାଁ ର ପାଖାପାଖି ୫୦୦ ହେକ୍ଟର ଜମି ଖରିଫ ଓ ରବି ଚାଷ ପାଇଁ ଜଳସେଚନ ରୁ ବଞ୍ଚିତ ରହିଛନ୍ତି। ଏହି ଅଞ୍ଚଳ ର ଚାଷଜମି ଜଳସେଚନ ରୁ ବାଦ ପଡି ରହିଥିବା ବେଳେ ପୂର୍ବରୁ ମଧ୍ୟ ଲିଖିତ ଅଭିଯୋଗ କରାଯାଇଛି।ହେଲେ ଜଳସେଚନ ନେଇ କୌଣସି ପଦକ୍ଷେପ ନିଆ ଯାଇନାହିଁ,ଏଣୁ ଆଗାମୀ ଦିନରେ ଚାଷି ଙ୍କ ବୃହତ ସ୍ୱାର୍ଥ କୁ ଦୃଷ୍ଟିରେ ରଖି ଜଳସେଚନ ବ୍ୟବସ୍ଥା କରିବାକୁ ଆଜି ଚାଷି ଆନ୍ଦୋଳନ କରିବାକୁ ଚାଷି କୀର୍ତ୍ତନ ମାଝୀ, ଡମ୍ବରୁ ଧରୁଆ,ଉଦ୍ଧବ ନାଏକ, କୃଷ୍ଣ ନାଏକ,ରବିଚନ୍ଦ୍ର ନାଏକ, ରୋମାଂଚଳ ଧରୁଆ,ଭୂତେଶ୍ୱର ମେହେର, ପାର୍ଥ ମେହେର,ମାନସିଂ ମାଝୀ, ନୈମିଶ କୁମାର ମେହେର,ସାନୁ ମାଝୀ,ଟଙ୍କଧର ନାଏକ ସମେତ ଶତାଧିକ ଚାଷି କୁସୁମଖୁଣ୍ଟି ମେଗାଲିଫ୍ଟ କେନାଲ ର କନିଷ୍ଠ ଯନ୍ତ୍ରୀ ବିଶ୍ୱନାଥ ସାହୁ ଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି। ଏନେଇ କନିଷ୍ଠ ଯନ୍ତ୍ରୀ ଙ୍କ।ପ୍ରତିକ୍ରିୟା ନେବାରୁ ଯଦି ସେମାନଙ୍କ ଚାଷଜମି ମେଗାଲିଫ୍ଟ ର ଆଇକଟ ଏରିଆ ମଧ୍ୟରେ ରହିଛି ତାହେଲେ ଉଚ୍ଚ ପଦସ୍ଥ ବିଭାଗୀୟ ଅଧିକାରୀ ଙ୍କୁ ଜଣାଇ ଆଗାମୀ ସମୟରେ ଜଳସେଚନ ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି।