Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପଞ୍ଚତ୍ରିଂଶ ତମ ବାର୍ଷିକ ଉତ୍ସବ ପାଳିତ

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପଞ୍ଚତ୍ରିଂଶ ତମ ବାର୍ଷିକ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଭାରତୀୟ ପ୍ରସାରଣ ସେବା ଅଧିକାରୀ ବ୍ରହ୍ମପୁରର ହୃଷିକେଶ ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବାଲିଗୁଡ଼ା ଆଇଟିଡିଏ ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା, ପ୍ରସିଦ୍ଧ ମନୋବିଜ୍ଞାନୀ, ରାଜ୍ୟ ତଥା ଆନ୍ତର୍ଜାତୀୟ ଇଂରାଜୀ ବ୍ୟବସ୍ଥା ସଂଯୋଜିକା ସୁଦିପ୍ତା ପାଣିଗ୍ରାହୀ ପ୍ରମୁଖ ଯୋଗଦେଇଥିଲେ । ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧ୍ୟାପକ ତଥା ଓଡ଼ିଆ ବିଭାଗ ମୁଖ୍ୟ, ଉତ୍କଳ ବିଶ୍ୱବିଦ୍ୟାଳୟ, ବାଣୀବିହାର,ଭୂବନେଶ୍ବର ଡକ୍ଟର ସନ୍ତୋଷ ତ୍ରୀପାଠୀ ଯୋଗ ଦେଇଥିଲେ । ଏଥିସହିତ ବିଦ୍ୟାଳୟ ପରିଚାଳନା ସମିତି ସଭାପତି ରବିନ୍ କୁମାର ମିଶ୍ର, ସମ୍ପାଦକ ମାନସ ରଞ୍ଜନ ଆଚାର୍ଯ୍ୟ ଓ ପ୍ରଧାନ ଆଚାର୍ଯ୍ୟ ପ୍ରମୁଖ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ବାରା ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ବଳନ କରାଯିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ବିଦ୍ୟା ଠାରୁ ବଡ଼ କିଛି ନାହିଁ । ଏଣୁ ଶିକ୍ଷା କ୍ଷେତ୍ରରେ ନିଜକୁ ସୁଦୃଢ଼ କରିବା ଏବଂ ମାନଙ୍କର ଉଜ୍ବଳ ଭବିଷ୍ୟତ କାମନା କରିଥିଲେ ଅତିଥି ଗଣ । ପରେ ବାର୍ଷିକ ଉତ୍ସବ ଉପଲକ୍ଷେ ବିଦ୍ୟାଳୟରେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା । ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।