Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

PEO ଙ୍କ ମନମୁଖୀ ଶାସନ ରେ ଅତିଷ୍ଠ ବାର୍ଦ୍ଧକ୍ୟ ଭତ୍ତା ହିତାଧିକାରୀ

କଳାହାଣ୍ଡି, ୨୦/୧୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ,ସରକାର ଙ୍କ ବିଭିନ୍ନ ଜନମଙ୍ଗକ ଯୋଜନା ସାଧାରଣ ଲୋକଙ୍କ ହାତ ପହାନ୍ତା ରେ ପହଞ୍ଚାଇବା ପାଇଁ ,ରାଜ୍ୟ ସରକାର ଆପ୍ରାଣ ଉଦ୍ୟମ କରୁଥିବା ବେଳେ ତାର ବିପରୀତ ଚିତ୍ର ଦେଖିବାକୁ ମିଳିଛି, ନର୍ଲା ବ୍ଲକ ସେରଗଡ ଗ୍ରାମପଞ୍ଚାୟତ, ଡେଙ୍ଗସର୍ଗି ଗ୍ରାମରେ ପ୍ରାପ୍ତ ସୂଚନା ଅନୁଯାୟୀ ଡେଙ୍ଗସର୍ଗି ଗ୍ରାମର ଦୁଇଜଣ ବାର୍ଦ୍ଧକ୍ୟ ଭତ୍ତା ହିତାଧିକାରୀ, ମୀନକେତନ କୁମାର ,ପିତା – ଅମିନା କୁମାର, ବୟସ -୭୨ ବର୍ଷ ଦ୍ୱିତୀୟ ,ଚନ୍ଦ୍ରମଣି ନାଗ , ପିତା – ଚାଲୁ ନାଗ , ବୟସ -୭୮ ବର୍ଷ ମୀନକେତନ ଦୁରାରୋଗ୍ୟ ରେ ପୀଡ଼ିତ ହୋଇ ୬ ମାସ ଧରି ସର୍ଯ୍ୟାଶାୟୀ ଥିବା ବେଳେ ଚନ୍ଦ୍ରମଣି ମଧ୍ୟ ଦୁଇ ଗୋଡ଼ ପାରାଲେସ ହୋଇଯାଇଥିବାରୁ ୬ ମାସ ରୁ ଉର୍ଦ୍ଧ୍ବ ସମୟ ଧରି ଦୁହେଁ ଅତି ସଙ୍କଟ ପରିସ୍ଥିତି ରେ ଦୟନୀୟ ଅବସ୍ଥାରେ ଜୀବନ ମରଣ ସହ ସଙ୍ଘର୍ଷ କରୁଛନ୍ତି ତାଙ୍କର ମାସିକ ଭତ୍ତା ଟଙ୍କା ଟିକୁ ବ୍ୟାଙ୍କ ରେ ନ ଦେଇ ହାତାହାତି ଦେବାର ବ୍ୟବସ୍ଥା ପାଇଁ ସ୍ଥାନୀୟ PEO ପ୍ରଦୀପ କୁମାର ସାହୁ ଙ୍କୁ ପରିବାର ଲୋକେ ବର୍ଷାଧିକାଳ ନେହୁରା ହେଉଥିଲେ ମଧ୍ୟ କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ ହୋଇଛି ଏଭଳି ଅଭାବୀ ଗରିବୀ ସ୍ଥିତିରେ ଜୀବନ ମରଣ ସହ ଲଢେ଼ଇ କରୁଥିବା ଦୁଇ ହିତାଧିକାରୀ ୬ ମାସରୁ ଉର୍ଦ୍ଧ୍ବ ପଡ଼ି ରହିଥିବା ଟଙ୍କା, ଉଠାଣ ପାଇଁ ୧୫୦୦ ଟଙ୍କାରେ ଗାଡ଼ି ଭଡା କରି ବ୍ୟାଙ୍କ କୁ ଯାଇ ଟଙ୍କା ଉଠାଣ କରିବା ବିଷୟ ଟିକୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି ଏଭଳି ସମ୍ବେଦଶୀଳ ପ୍ରସଙ୍ଗ କୁ ନେଇ ନର୍ଲା ବ୍ଲକ ର ଜଣେ ଗଣମାଧ୍ୟମ ପ୍ରତିନିଧି PEO ଶ୍ରୀ ସାହୁ ଙ୍କୁ ପଚାରିବାରୁ ମୁଁ ସେହି ଲୋକଙ୍କୁ ଚିହ୍ନି ନାହିଁ କିମ୍ବା ଜାଣିନାହିଁ ମୁଁ ମୋର କର୍ତ୍ତବ୍ୟ ଭଲ ଭାବରେ କରୁଛି ମୋତେ କାହାରି ଉପଦେଶ ଦରକାର ନାହିଁ ବୋଲି ଅତି ଦାୟିତ୍ଵ ହୀନ ଭାବରେ ଉତ୍ତର ରଖିଥିଲେ ,ଏବଂ PEO ଙ୍କ ଏଭଳି ବ୍ୟବହାର ଓ କାର୍ଯ କଲାପ ପ୍ରତି, ଅଞ୍ଚଳବାସୀ ଅତିଷ୍ଠ ହୋଇଥିବା ପ୍ରକାଶ କରିଛନ୍ତି ଏଣୁ ଏଭଳି ସମ୍ବେଦଶୀଳ ବିଷୟ ଟିକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଦନ୍ତ କରି ସଂପୃକ୍ତ PEO ଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ