Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡିଶା ପର୍ଯ୍ୟଟନ ସ୍ଥଳୀ ରେ ସ୍ୱତନ୍ତ୍ର ପରିଚୟ ପାଇବ, ଗୁଡାହାଣ୍ଡି ଡୋକାରିଚଞ୍ଚରା ପ୍ରତିଶ୍ରୁତି ଦେଲେ ଡବ୍ଲୁଓଡିସି ଅଧ୍ୟକ୍ଷ।

କୋକସରା:୨୦/୧୨ କଳାହାଣ୍ଡି ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ଦୁଇ ଦିନିଆ କଳାହାଣ୍ଡି ଗସ୍ତ ରେ ଆସି ମଙ୍ଗଳବାର କୋକସରା ବ୍ଲକ ର ଐତିହାସିକ ଓ ପର୍ଯ୍ୟଟନ ସ୍ଥଳୀ ଗୁଡାହାଣ୍ଡି ଡୋକାରିଚଞ୍ଚରା ରେ ପହଞ୍ଚି ପଶ୍ଚିମ ଓଡିଶା ବିକାଶ ପରିଷଦ ଅନୁଦାନ ରେ ଧର୍ମଗଡ଼ ଜଙ୍ଗଲ ବିଭାଗ ଦ୍ଵାରା ନିର୍ମାଣାଧୀନ କାର୍ଯ୍ୟ ର ସମୀକ୍ଷା କଳାହାଣ୍ଡି ଡିଏଫଓ ଓ ବନ ବିଭାଗ ଅଧିକାରୀ ଙ୍କ ସହ କରିବା ପରେ ଗୁଡାହାଣ୍ଡି ଉନ୍ନୟନ କମିଟିର ସଦସ୍ୟ ଙ୍କ ସହ ଶ୍ରୀରାମ ମନ୍ଦିର ସମେତ ପର୍ଯ୍ୟଟନ ସ୍ଥଳୀ ର ଉନ୍ନୟନ ବିଷୟରେ ଆଲୋଚନା କରିଥିଲେ। ପରେ ପର୍ଯ୍ୟଟନ ସ୍ଥଳୀ ର ଡୋକରି ଦର ଜଳପ୍ରପାତ କୁ ଜିଲ୍ଲାର ସମସ୍ତ ଅଧିକାରୀ ଓ ଜନ ପ୍ରତିନିଧି ଙ୍କ ସହ ପରିଦର୍ଶନ କରି ଜଳପ୍ରପାତ ଓ ପ୍ରାକୃତିକ ପରିବେଶ ରେ ମନ୍ତ୍ରମୁଗ୍ଧ ହୋଇ ଭୈରବ ଧାର ଓ ଡୋକରି ଦର ଜଳପ୍ରପାତ ଓଡ଼ିଶାର ଦୁଇଟି ଜଳପ୍ରପାତ ଓ ଏହି ପର୍ଯ୍ୟଟନ ସ୍ଥଳୀ ର ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସୌନ୍ଦର୍ଯ୍ୟ କରଣ ପାଇଁ ଯାହା ଅନୁଦାନ ଦରକାର ତାହା ବିଭାଗ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଡବ୍ଲୁଓଡିସି ଅଧ୍ୟକ୍ଷ ଙ୍କ ଗସ୍ତ ସମୟରେ
ଡବ୍ଲୁଓଡିସି ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଜିତ ମିଶ୍ର, କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ, କଳାହାଣ୍ଡି ଏସ ପି ଅଭିଳାଷ.ଜି, ଦକ୍ଷିଣ ବନଖଣ୍ଡ ଡିଏଫଓ,ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଦସ୍ୟ ଅବିନାଶ ଠାକୁର, ଜିଲ୍ଲା ଯୋଜନା ଓ ସମନ୍ବୟ ଅଧିକାରୀ ଶ୍ରୀକାନ୍ତ ଦଳେଇ, ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ଧର୍ମଗଡ଼ ବିଧାୟକ ମୋୖଷଧି ବାଗ, ରାଜ୍ୟ ଓମ ଫେଡ ସଭାପତି କିଶୋର ଚନ୍ଦ୍ର ପ୍ରଧାନୀ,ଜିଲ୍ଲା ଲୋକ ସମ୍ପର୍କ ଓ ସୂଚନା ଅଧିକାରୀ ମନୋଜ କୁମାର ବେହେରା,ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ,ବିଡ଼ିଓ କୋକସରା ସ୍ନେହାପ୍ରଭା ମାଝୀ,ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ମାନସ ବାଗ, ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ସ୍ଥାନୀୟ ସରପଞ୍ଚ ହରିପ୍ରିୟା ନାଗ,ଗୁଡାହାଣ୍ଡି ଉନ୍ନୟନ କମିଟି ସଭାପତି ଭଦ୍ରଶ୍ୱର ପାତ୍ର, ଉନ୍ନୟନ କମିଟିର ଉପ ସଭାପତି ଐରି ନାସନ ଚିନ୍ଦା,ଧର୍ମଗଡ଼ ବନାଞ୍ଚଳ ଅଧିକାରୀ ଭବାନୀ ଶଙ୍କର କାଉର ସମେତ ଜଙ୍ଗଲ ବିଭାଗ ର କର୍ମଚାରୀ ଉପସ୍ଥିତ ଥିଲେ।। ପରେ ଡବ୍ଲୁଓଡିସି ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ କୋକସରା ବ୍ଲକ ର ସାନ ପୋଡ଼ାଗୁଡା ମିଶନ ଶକ୍ତି ମହିଳା ଙ୍କ କୁକୁଡ଼ା ଫାର୍ମ, ଝରିଆଗୁଡା ରେ ମାଛ ଚାଷ,ଫୁଫଗା ରେ ଛେଳି ଚାଷ ସହ କୋକସରା ରେ ମିଶନ ଶକ୍ତି କାଫେ ପରିଦର୍ଶନ କରି ସ୍ୱୟଂ ସହାୟକ ମହିଳା ଗୋଷ୍ଠି ଙ୍କ କାର୍ଯ୍ୟ କୁ ପ୍ରସଂଶା କରିବା ସହ ସ୍ୱାବଲମୀ ହେବାକୁ ପରାମର୍ଶ ଦେଇଥିଲେ।