Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜବାହାର ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଉତ୍ସଵ ଉଦଯାପିତ।

କୋକସରା(ଆପ୍ର)୧୯/୧୨ କୋକସରା ବ୍ଲକ ସଦର ଜବାହାର ଉଚ୍ଚ ବିଦ୍ୟାଳୟ ଠାରେ ମଙ୍ଗଳବାର ବାର୍ଷିକ କ୍ରୀଡା ଉତ୍ସଵ ଉଦଯାପିତ ହୋଇଯାଇଛି। ଏହି କ୍ରୀଡା ଉତ୍ସଵ ର ଉଦଯାପିତ।ଉତ୍ସବ ରେ ସ୍କୁଲ ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା ଙ୍କ ସଭାପତିତ୍ୱ କରିବା ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର,ସମ୍ମାନିତ ଅତିଥି ଭାବେ କାଲମପୁର ବିଇଓ ମଧୁସ୍ମିତା ନାୟକ, କୋକସରା ବିଇଓ ରଶ୍ମିତା ନେତମ,ଏସଏମଡିସି ସଦସ୍ୟ ଦେବେନ୍ଦ୍ର ମେହେର,ତ୍ରିଭୁବନ ନାଏକ, ସମାଜସେବୀ ପୁରୁଷୋତ୍ତମ ଦାସ ଗୁପ୍ତା ଉପସ୍ଥିତ ରହି କ୍ରୀଡା ଉତ୍ସଵ ରେ ବିଭିନ୍ନ ବର୍ଗରେ ଭାଗ ନେଇ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ। ଆୟୋଜିତ ସମସ୍ତ ବର୍ଗର କ୍ରୀଡା ଜୁ ବ୍ଲକ ର ନୋଡାଲ ଖେଳ ଶିକ୍ଷକ ଅମିତ କୁମାର ମହାନ୍ତି ପରିଚାଳନା କରିଥିଲେ। ଉଦଯାପିତ କ୍ରୀଡା ଉତ୍ସଵ ଅବସର ରେ ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ସ୍କୁଲ ର ଶିକ୍ଷକ ହେମନ୍ତ ମାଝୀ, ରଶ୍ମିତା ନିଆଲ, ସୀମାରାଣୀ ସିଂ, ବନିତା ରାଣି ଦତ୍ତ ମଞ୍ଚ ପରିଚାଳନା ରେ ସହଯୋଗ କରିଥିଲେ।ସ୍କୁଲ ର ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀ ମାନେ ସହଯୋଗ କରିଥିଲେ।