Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସଵ ଗୁଡ଼ହାଣ୍ଡି ୨୦୨୪ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

କୋକସରା,୨୦/୧୨ କଳାହାଣ୍ଡି ଉତ୍ସଵ ୨୦୨୪ କୋକସରା ବ୍ଲକର ଲୋକ ମହୋତ୍ସବ ଗୁଡ଼ହାଣ୍ଡି ପାଇଁ ବୁଧବାର କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। କୋକସରା ବ୍ଲକ ବିଏସଏସଓ ଦୀପକ କୁମାର ବେହେରାଙ୍କ ପରିଚାଳନାରେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କ ସଭାପତିତ୍ୱରେ କୋକସରା ବିଡ଼ିଓ ସ୍ନେହାପ୍ରଭା ମାଝୀ,ତହସିଲଦାର ନବୀନ କିଶୋର ପାଢ଼ୀ,ପିଏଚଇଓ. ଉର୍ମିଳା ଛାତ୍ରୀଆ,.ଜିଲ୍ଲା ପରିଷଦ ସଭ୍ୟ ଆମପାଣି ହେମନ୍ତ ମାଝୀ ସମେତ କୋକସରା ବ୍ଲକର ବିଭିନ୍ନ ପଞ୍ଚାୟତରୁ ଜନ ପ୍ରତିନିଧି, ବ୍ଲକର ବିଭିନ୍ନ ବିଭାଗୀୟ ଅଧିକାରୀ, ଶିକ୍ଷାନୁଷ୍ଠାନର ଶିକ୍ଷକ, କୋକସରା ବ୍ଲକର ସଚେତନ ନାଗରିକ ପ୍ରମୁଖ ଉପସ୍ଥିତ ରହି ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସଵ ଆୟୋଜନ ଉପରେ ଆଲୋଚନା କରିଥିଲେ। ଆସନ୍ତା ଜାନୁଆରୀ ୧0/୧୧ ତାରିଖ ଦୁଇଦିନ ଧରି କୋକସରା ବ୍ଲକରେ ଉତ୍ସଵ ପଡ଼ିଆ ରେ ଆୟୋଜନ ପାଇଁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି। ଗୁଡ଼ହାଣ୍ଡି ଲୋକ ମହୋତ୍ସବ ପାଳନ ପାଇଁ ବିଭିନ୍ନ କମିଟି ଗଠନ କରାଯାଇ ଦାୟିତ୍ଵ ନିର୍ବାହ କରିବାକୁ ମନୋନୀତ ସଦସ୍ୟଙ୍କୁ କୁହାଯାଇଛି। ଲୋକ ମହୋତ୍ସବ ଗୁଡ଼ହାଣ୍ଡି ପାଳନ ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା ସହ ବ୍ଲକ, ଜିଲ୍ଲାର ବିଭିନ୍ନ ସ୍ଥାନରୁ ଲୋକ କଳାକାରଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପାଇଁ ନିଷ୍ପତ୍ତି ନିଆଯାଇଛି।ଏହାସହ ବ୍ଲକର ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଥିବା ଛାତ୍ରଛାତ୍ରୀ, ସମାଜସେବୀ, ସାମ୍ବାଦିକ, ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯିବା ପାଇଁ ମଧ୍ୟ ବୈଠକରେ ଆଲୋଚନା ହୋଇଛି। ଏହି ପ୍ରସ୍ତୁତି ବୈଠକରେ ପୁରୁଷୋତ୍ତମ ଗୁପ୍ତା, ନିମାଇଁ ଚରଣ ଧ. ମାଝୀ,ସମିତି ସଭ୍ୟ ମୁକ୍ତେଶ୍ଵର ନାଏକ ଅଧ୍ୟାପକ ଅଇରୀ ନାସନ ଚିନ୍ଦା, ସୁବ୍ରତ କୁମାର ବେହେରା, ବିଜେଡି ବ୍ଲକ ସଭାପତି ସୁଶାନ୍ତ କୁମାର ବେହେରା, ସିଡିପିଓ ନୋଡାଲ ସିଆରସି ବୈକୁଣ୍ଠ ଜାଲ, ବିନୋଦ ସିଂ, ସୁରେଶ ସାହୁ, ସଞ୍ଜୟ ସିଙ୍ଘଲ,ସାମ୍ବାଦିକ ଶରତ ଚନ୍ଦ୍ର ରାଉତ, ସନତ ପ୍ରଧାନୀ, ଦୁଷ୍ମନ୍ତ ପାଟଯୋଶୀ, ବସନ୍ତ ସରାବୁ, ପରେସ ପଟ୍ଟନାୟକ, ସଚେତନ ନାଗରିକ ଉପସ୍ଥିତ ରହିଥିଲେ।