Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ବ୍ଲକ ରେ ପହଞ୍ଚିଲା କେନ୍ଦ୍ର ସରକାରଙ୍କ ବିକଶିତ ଭାରତ ସଂକଳ୍ପ ଯାତ୍ରା ସଚେତନତା ରଥ।

କୋକସରା(ଆପ୍ର)୨୧/୧୨ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା କୁ ନେଇ ଓଡିଶା ର ବିଭିନ୍ନ ଜିଲ୍ଲାରେ ବିକଶିତ ଭାରତ ସଂକଳ୍ପ ରଥ ପରିଭ୍ରମଣ କରି ଲୋକଙ୍କ ନିକଟରେ କେନ୍ଦ୍ର ସରକାରଙ୍କ ଜନ ହିତକର ଯୋଜନା କୁ ଟିଭି ପରଦା ମାଧ୍ୟମରେ ପ୍ରଦର୍ଶିତ କରୁଥିବା ବେଳେ ବୁଧବାର କୋକସରା ବ୍ଲକ ଖୁଣ୍ଟିଆ ଓ ମୂଷାପାଳି ପଞ୍ଚାୟତ ରେ ବ୍ଲକ ପ୍ରଶାସନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି। ପ୍ରଥମେ ବିକଶିତ ଭାରତ ସଂକଳ୍ପ ରଥ ଖୁଣ୍ଟିଆ ପଞ୍ଚାୟତ ରେ ପହଞ୍ଚିବା ପରେ କୋକସରା ବିଡ଼ିଓ ସ୍ନେହାପ୍ରଭା ମାଝୀ, ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ବ୍ଲକ ବିଏସଏସଓ ଦୀପକ କୁମାର ବେହେରା,ବିଜେପି ଜିଲ୍ଲା ଉପ ସଭାପତି ଲକ୍ଷ୍ମୀକାନ୍ତ ବାଗ,ସ୍ଥାନୀୟ ସରପଞ୍ଚ ମାଧବୀ ଧରୁଆ,ପଞ୍ଚାୟତ ପିଇଓ ରାଜେନ୍ଦ୍ର ସୋରି ଓ ସ୍ଥାନୀୟ ଗ୍ରାମବାସୀମାନେ ଉପସ୍ଥିତ ରହିଥିଲେ। ପରେ ସଂକଳ୍ପ ରଥ ମୂଷାପାଳି ପଞ୍ଚାୟତ ଅଭିମୁଖେ ବାହାରିଥିଲା। ମୂଷାପାଳି ପଞ୍ଚାୟତ ରେ ସରପଞ୍ଚ ଅକ୍ଷୟ ନାଏକ ସମିତି ସଭ୍ୟା ଅଞ୍ଜନା ଦୁର୍ଗା ସମେତ ପଂଚାୟତ କର୍ମଚାରୀ ଓ ଗ୍ରାମବାସୀ ଉପସ୍ଥିତ ରହି ବିକଶିତଭାରତ ସଂକଳ୍ପ ରଥ କୁ ସ୍ୱାଗତ କରିଥିଲେ।ଏହି ରଥ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପରିଭ୍ରମଣ କରି ଜନସାଧାରଣ ଙ୍କୁ କେନ୍ଦ୍ର ସରକାରଙ୍କ ଜନ ହିତକର ଯୋଜନା ର ବାର୍ତ୍ତା ଦେବ।