Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଫେସର ପୂର୍ଣଚନ୍ଦ୍ର ଦାଶଙ୍କୁ ଫେଲୋସିପ୍ ସମ୍ମାନିତ

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ପ୍ରଫେସର୍ ପୂର୍ଣ୍ଣ ଚନ୍ଦ୍ର ଦାସ ଓଡ଼ିଶାରୁ ପ୍ରଥମ ବିଶେଷଜ୍ଞ ଭାବେ ଜେରିଆଟିକ୍ ସୋସାଇଟି ପକ୍ଷରୁ ଫେଲୋସିପରେ ସମ୍ମାନିତ ହୋଇ ଥିବାରୁ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ବାଦ୍ଧକ୍ୟ ଜନିତ (ଜେରିଆଟ୍ରିକ୍) ରୋଗର ଚିକିତ୍ସା, ଡାକ୍ତରୀ ଶିକ୍ଷା ପ୍ରଦାନ, ସାଇଣ୍ଟିଫିକ୍ ଜର୍ଣ୍ଣାଲ ପ୍ରକାଶନ କରିବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜେରିଆଟ୍ରିକ୍ ସୋସାଇଟି ଅଫ୍ ଇଣ୍ଡିଆ ପକ୍ଷରୁ ଏସ୍‌ସିବି ମେଡିସିନ୍ ବିଭାଗର ବରିଷ୍ଠ ପ୍ରଫେସର ଡାକ୍ତର ପୂର୍ଣ୍ଣଚନ୍ଦ୍ର ଦାଶଙ୍କୁ ଫେଲୋସିପ୍ ସମ୍ମାନ ପ୍ରଦାନ କରାଯାଇଛି। କର୍ଣ୍ଣାଟକସ୍ଥିତ ମାଙ୍ଗାଲୁରୁଠାରେ ଆୟୋଜିତ ୩୬ ତମ ଜେରିଆଟିକ୍ ସୋସାଇଟି ଅଫ୍ ଇଣ୍ଡିଆର ଜାତୀୟ ସମ୍ମିଳନୀରେ ପ୍ରଫେସର ଦାସ ସମ୍ମାନିତ ହୋଇଛନ୍ତି । ଓଡ଼ିଶାରୁ ପ୍ରଥମ ବିଶେଷଜ୍ଞ ଭାବେ ସେ ଏହି ମର୍ଯ୍ୟାଦାଜନକ ସମ୍ମାନ ପାଇଥିବା ରୁ କନ୍ଧମାଳ ଜିଲ୍ଲାରେ ଖୁସିର ଲହରି ଖେଳିଯାଇଛି । ପ୍ରଫେସର ଦାସ ଙ୍କ ଘର କନ୍ଧମାଳ ଜିଲ୍ଲାରେ ହୋଇଥିବା ବେଳେ ସେ ଏହି ଜିଲ୍ଲାରେ ପ୍ରଥମେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ରେ ଡାକ୍ତରୀ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ପରବର୍ତ୍ତୀ ସମୟରେ , କୋଟଗଡ ଗୋଷ୍ଠି ଚିକିତ୍ସାଳୟ,ବାଲେଶ୍ଵର ଜିଲ୍ଲା ,ଏମକେସିଜି ବ୍ରହ୍ମପୁର ଓ ବର୍ତ୍ତମାନ ଏସ୍‌ସିବି ଜେରିଆଟ୍ରିକ୍ ମେଡିସିନ୍ ୟୁନିଟ୍‌ର ନୋଡାଲ୍ ଅଫିସର ଭାବେ କାର୍ଯ୍ୟରତ ଅଛନ୍ତି।