Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମା ଠାକୁରାଣୀ ସ୍ପୋର୍ଟସ କ୍ଲବ ଫୁଟବଲ ଫାଇନାଲ ନାଏକେନଗୁମା ଦଳ ଚାମ୍ପିୟାନ।

କୋକସରା:୨୨/୧୨ କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ବଙ୍ଗୋମୁଣ୍ଡା ଖେଳ ପଡ଼ିଆ ରେ ମା ଠାକୁରାଣୀ ସ୍ପୋର୍ଟସ କ୍ଲବ ଆନୁକୂଲ୍ୟରେ ଗତ ୧୬ ତାରିଖ ରୁ ଆରମ୍ଭ ହୋଇଥିବା ଫୁଟବଲ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଉଦଯାପିତ ହୋଇଯାଇଛି। ଫାଇନାଲ ଫୁଟବଲ ଖେଳ ନାଏକେନଗୁମା ଓ ଝାର କୁଣ୍ଡାମାଲ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ସମ୍ମାନିତ ଅତିଥି ଭାବେ ଧର୍ମଗଡ଼ ବିଧାନସଭା ମଣ୍ଡଳୀ ସଭାପତି ମାନସ ରଞ୍ଜନ ବାଗ, ସମାଜସେବୀ ହରଜିନ୍ଦର ସିଂ, ଅବସର ପ୍ରାପ୍ତ ଅଧ୍ୟକ୍ଷ କଳାହାଣ୍ଡି ବିଶ୍ୱ ବିଦ୍ୟାଳୟ ଅଜୟ କୁମାର ମିଶ୍ର ସ୍ଥାନୀୟ ସରପଞ୍ଚ ଇଶରାମ ସୁନାନୀ,ବ୍ଲକ ବିଜେଡି ସଭାପତି ସୁଶାନ୍ତ କୁମାର ବେହେରା, ପୂର୍ବତନ ଫୁଟବଲ ଖେଳାଳି ବିନୋଦ ବିହାରୀ ରାଉତ,ଘଟ କିଶୋର ଦାସ, ଦେବରାଜ ଦଳପତି,କଂଗ୍ରେସ ଯୁବନେତା ବେଣୁପାଣି ଦୁର୍ଗା, ଉପସ୍ଥିତ ରହି ଅତିଥି ପରିଚୟ ପର୍ବ ରେ ସାମିଲ ହୋଇ ଦୁଇ ଦଳ ର ଖେଳାଳୀ ଙ୍କୁ ଉତ୍ସାହିତ କରିଥିଲେ। ଖେଳ ପରିଚାଳନା ରେ ରେଫରି ତାପସ କୁମାର ଦାସ, ସଂଜୀବ ଦୁର୍ଗା ଭୁପେନ୍ଦ୍ର ଗୋପାଳ କରିଥିବା ବେଳେ ଖେଳ ର ଧାରା ବିବରଣୀ ବାବୁଲାଲ ଶବର ଓ ହୀରଣ୍ୟ ଗହୀର ପ୍ରଦାନ କରିଥିଲେ। ଫାଇନାଲରେ ଦୁଇ ଦଳ ମଧ୍ୟରେ ସଂଘର୍ଷପୂର୍ଣ୍ଣ ମ୍ୟାଚ ନାଏକେନଗୁମା ଦଳ ଚାମ୍ପିୟାନ ହୋଇଥିଲା। ଉପସ୍ଥିତ ଅତିଥୀ ମାନେ ଚାମ୍ପିୟାନ ଓ ଉପ ବିଜେତା ଦଳ କୁ ଟ୍ରଫି ସହ ପୁରସ୍କୃତ କରିଥିଲେ।
ବଙ୍ଗୋମୁଣ୍ଡା ମା ଠାକୁରାଣୀ ସ୍ପୋର୍ଟସ କ୍ଲବ ର ସଦସ୍ୟ ମହମ୍ମଦ ଖାଁ, ତୁଳସିରାମ,ଗୌତମ ପୁଝାରି, ଜଗବନ୍ଧୁ ପୁଝାରି, ଝଜନେଶ୍ୱର ନାଏକ,ଗୌତମ ପୁଝାରି ଜଗବନ୍ଧୁ ପୁଝାରି, ଜଗଦୀଶ ଗହୀର, ମଣିରାମ ଛାତ୍ରୀଆ,ଝଜନେଶ୍ୱର ନାଏକ, ଗଜିନ୍ଦ୍ର ନାଏକ, ମୁରଲୀ ପୁଝାରି, ଦିନେଶ ପୁଝାରି,ଈଶ୍ୱର ମାଝୀ ସହଯୋଗ କରିଥିଲେ। ଖେଳ ପଡ଼ିଆ ରେ ୩ ହଜାର ରୁ ଉର୍ଦ୍ଧ ଦର୍ଶକ ଫାଇନାଲ ଖେଳ ରେ ଉପସ୍ଥିତ ରହିଥିଲେ।