Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ଶୂନ୍ୟ ସପ୍ତାହ ପାଳିତ

ସୋହେଲା: ଆଜି ସୋହେଲା ବ୍ଲକର ସଭା ଗୃହରେ ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ଶୂନ୍ୟ ସପ୍ତାହ ପାଳନ କରାଯାଇଥିଲା । ଏଥରେ ତହସିଲଦାର ହରିଓଁ ଭୋଇ ଅଧ୍ୟକ୍ଷତା କରିଥିଲେ। ବିଡିଓ ବିଶ୍ବରଂଜନ କର ସୂଚନା ଦେଇ ବରଗଡ ଜିଲ୍ଲା ସୋହେଲା ଅଞ୍ଚଳରେ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଥିବାରୁ ଗାଡ଼ି ଚାଳନା ବେଳେ କି କି ପ୍ରକାର ସତର୍କତା ମୂଳକ ପଦକ୍ଷେପ ନେଲେ ଦୁର୍ଘଟଣାରୁ ରକ୍ଷା ପାଇବା ସେ ନେଇ ଆଲୋଚନା କରିଥିଲେ । ସୋହେଲା ଓକିଲ ସଂଘର ସଭାପତି ଅଶୋକ କୁମାର ବାରିକ ତାଙ୍କ ବକ୍ତବ୍ୟରେ ଗାଡ଼ି ଚାଳନା ବେଳେ ହେଲମେଟ ପିନ୍ଧିବା ସହିତ ଗାଡ଼ିର ବେଗ ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ । ନାଗରିକ କମିଟିର ସଦସ୍ୟ ଅନିଲ ପଧାନ ବରଗଡ ଜିଲ୍ଲାର ସୋହେଲାରେ ଦୁର୍ଘଟଣା ବୃଦ୍ଧି ପାଉଥିବାର ତଥ୍ୟ ଉପସ୍ଥାପନ କରିଥିଲେ । ବରଗଡ ଜିଲ୍ଲାରେ ୨୦୨୧ରେ ଘଟିଥିବା ସଡ଼କ ଦୁର୍ଘଟଣା ୩୦.୪୩ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩.୬୩ ପ୍ରତିଶତ ବୃଦ୍ଧି ପାଇଛି ଏବଂ ୨୦୨୨ ରେ ୧୩୬ ଜଣ ମୃତ୍ୟୁ ବରଣ କରିଛନ୍ତି । ଯାହାକି ଉଦବେଗଜନକ ଅଟେ ବୋଲି ବକ୍ତା ମାନେ ମତ ପ୍ରକାଶ କରିଥିଲେ ।

ଜାତୀୟ ରାଜପଥ ଉପରେ ଗାଈ ଗୋରୁ ରହୁଥିବାରୁ ଦୁର୍ଘଟଣା ଘଟିବାର ସମ୍ଭାବନା ରହୁଥିବାରୁ ଚଳିତ ମାସ ୧ ତାରିଖରୁ ସେମାନଙ୍କ ବେକରେ ରେଡ ରିବନ୍ ବନ୍ଧା ଯିବ ବୋଲି ମାରୱାଡ଼ି ଯୁବା ମଂଚର ସଭାପତି ଆଲୋକ ଅଗ୍ରୱାଲ କହିଥିଲେ । ମଞ୍ଚରେ ଅନ୍ୟ ମାନଙ୍କ ମଧ୍ୟରେ ବରଗଡ ଆର୍ଟିଓ ଅଫିସର ଆସିଷ୍ଟାଣ୍ଟ ଏମଭିଆଇ ବିଶ୍ବରଂଜନ ସାହୁ, ବିଡିଓ ବିଶ୍ଵ ରଞ୍ଜନ କର, ତହସିଲଦାର ହରିଓଁ ଭୋଇ,ଓକିଲ ସଂଘର ଉପସଭାପତି ରୋହିତ କୁମାର ଦେବତା,ଜିପିଇଓ ମହମ୍ମଦ ଆକବର, ଏବିଡ଼ିଓ ଭିର୍ଜିଲ ଲାକ୍ରା ପ୍ରମୁଖ ମଞ୍ଚାସୀନ ଥିଲେ । ବିଡିଓ ବିଶ୍ଵ ରଞ୍ଜନ କର ସମସ୍ତଙ୍କୁ ଶପଥ ପାଠ କରାଇ ଥିଲେ । ଶେଷରେ ଏବିଡ଼ିଓ ଶ୍ରୀ ଲାକ୍ରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସୋହେଲା କଲେଜର ଅଧ୍ୟାପକ ଛାତ୍ର ଛାତ୍ରୀ,ସ୍ବେଚ୍ଛାସେବୀ ଓ ବ୍ଲକର ଅଧିକାରୀମାନେ ଯୋଗ ଦେଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ