Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁଡାହାଣ୍ଡି ଡୋକାରିଚଞ୍ଚରା ଉନ୍ନୟନ କମିଟିର ନୂତନ କର୍ମକର୍ତ୍ତା ଚୟନ।

କୋକସରା:୨୩/୧୨ କୋକସରା ବ୍ଲକ ରେ ରହିଥିବା ପର୍ଯ୍ୟଟନ ସ୍ଥଳୀ ଗୁଡାହାଣ୍ଡି ଡୋକାରିଚଞ୍ଚରା ଉନ୍ନୟନ କମିଟି ର ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଶନିବାର ମହିମା ଗ୍ରାମ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। କମିଟି ର ସଭାପତି ଭଦେଶ୍ୱର ପାତ୍ର ଙ୍କ ସଭାପତିତ୍ୱ ରେ ଆୟୋଜିତ କର୍ମକର୍ତ୍ତା ଚୟନ ପ୍ରକ୍ରିୟା ରେ ସର୍ଵ ସମ୍ମତି କ୍ରମେ ପୁଣିଥରେ ଭଦେଶ୍ୱର ପାତ୍ର ଙ୍କୁ ସଭାପତି, କାର୍ଯ୍ୟକାରୀ ସଭାପତି ଭାବେ ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ,ଉପ ସଭାପତି ଘନଶ୍ୟାମ ନାଏକ, ବିରଞ୍ଚି ନାରାୟଣ ପଣ୍ଡା, ଜିତେନ୍ଦ୍ର ପ୍ରଧାନୀ,ସାଧାରଣ ସମ୍ପାଦକ ସୁଧୀର କୁମାର ପାତ୍ର,କାର୍ଯ୍ୟକାରୀ ସମ୍ପାଦକ ଅଜିତ ପଟ୍ଟନାୟକ, ସହ ସମ୍ପାଦକ ନିଳାମ୍ବର ନାଏକ, ମଧୁବନ ପାତ୍ର,ତ୍ରିଲୋଚନ ଧ. ମାଝୀ, ସୁରେଶ ଅଗ୍ରୱାଲ,ଆଦିତ୍ୟ ପଣ୍ଡା ପରିଚାଳନା କମିଟିର ସଦସ୍ୟ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ,ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ,ଐରି ନାସନ ଚିନ୍ଦା,ସରପଞ୍ଚ ଡୁଡୁକାଠେଙ୍ଗା ହରିପ୍ରିୟା ନାଗ, ମହିମା ସରପଞ୍ଚ ଇଶରାମ କୋଲଥିଆ, ସାମ୍ବାଦିକ ଦୁଷ୍ମନ୍ତ ପାଟଯୋଶୀ ଓ ଉପଦେଷ୍ଟା କମିଟି ର ସଦସ୍ୟ ଭାବେ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ, ଗୋବିନ୍ଦ ପାଟଯୋଶୀ, ଚକାଡୋଳା ପାତ୍ର ଓ ଯତୀନ ମାଝୀ ଙ୍କୁ ମନୋନୀତ କରାଯାଇଛି। ଏହି କମିଟି ଦ୍ୱାରା ଆସନ୍ତା ଦିନରେ ଉନ୍ନୟନ କମିଟି ପରିଚାଳିତ ହେବା ନେଇ ସଭାପତି ଶ୍ରୀ ପାତ୍ର ସୁଚନା ଦେଇଛନ୍ତି।