Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିବାଦ ଘନେଇବା ପରେ ସ୍ପଷ୍ଟୀକରଣ ଦେଲେ କାମିୟା ଜାନି, କହିଲେ – ମୁଁ ବିଫ ଖାଏନି କି ପ୍ରୋତ୍ସାହନ ଦିଏନି, ତଥାପି ସଫେଇ ଅସ୍ପଷ୍ଟ

ଭୁବନେଶ୍ୱର: ୟୁଟ୍ୟୁବ ବ୍ଲଗର କାମିୟା ଜାନିଙ୍କୁ ନେଇ ସୃଷ୍ଟି ବିବାଦ ରାଜନୀତିର ରୂପ ନେଇଛି । ଏହାକୁ ନେଇ ମୁହାଁମୁହିଁ ବିଜେପି ଓ ବିଜେଡି । ଜଣେ ଗୋମାଂସ ସେବନ କରୁଥିବା ଏବଂ ଏହାର ପ୍ରମୋଟ କରୁଥିବା ଜଣେ ମହିଳାଙ୍କୁ କିଭଳି ଭାବେ ମହାପ୍ରସାଦର ପ୍ରଚାର ପ୍ରସାର ପାଇଁ ନିୟୋଜିତ କରାଗଲା ତାକୁ ନେଇ ବିଜେପି ପ୍ରଶ୍ନ କରୁଥିବା ବେଳେ ଓଡିଶାକୁ ନିଚ୍ଚ ଦେଖାଇବାକୁ ଚେଷ୍ଟା କରିଥିବା କହିଛି ବିଜେଡି । ଏହା ମଧ୍ୟରେ ଏକ ଭିଡିଓ ଜାରି କରି ସ୍ପଷ୍ଟୀକରଣ ଦେଇଛନ୍ତି କାମିୟା ଜାନି । ସେ କହିଛନ୍ତି ମୁଁ ହିନ୍ଦୁଧର୍ମ ଅନୁସରଣ କରେ। ଗୋମାଂସ ଖାଏ ନାହିଁ କି, ତାହା ଖାଇବାକୁ ‌ପ୍ରୋତ୍ସାହନ ଦିଏ ନାହିଁ । ଦୁର୍ଭାଗ୍ୟର ବିଷୟର ମୋର ପୁରୀ ଗସ୍ତ ବିବାଦୀୟ ହୋଇ ପଡିଛି ବୋଲି ସେ କହିଛନ୍ତି ।

ଜାନି ଏହା ମଧ୍ୟ କହିଛନ୍ତି, ସମ୍ପ୍ରତି ମୋ ସମ୍ପର୍କରେ ବିଭିନ୍ନ ପ୍ରକାରର କଥା ଶୁଣିବାକୁ ମିଳୁଛି। ମୋର ପୁରୀ ଯିବାର ଉଦ୍ଦେଶ୍ୟ ଥିଲା ଶ୍ରୀଜଗନ୍ନାଥ ଆଶୀର୍ବାଦ ପାଇବା ସେଠାରେ କରାଯାଇଥିବା ଭିତ୍ତିଭୂମି ବିକାଶ ବିଷୟରେ ଲୋକଙ୍କୁ ଜଣାଇବା। ପୁରୀ ମନ୍ଦିର ଦର୍ଶନ ନିମନ୍ତେ ବିଭିନ୍ନ ନିୟମ ରହିଛି। ତେଣୁ ଶ୍ରୀମନ୍ଦିର ଦର୍ଶନ ବେଳେ କୌଣସି ନୀତିନିୟମ ଭଙ୍ଗ କରିନାହିଁ। ଦୁର୍ଭାଗ୍ୟକୁ ମୋର ପୁରୀ ଭ୍ରମଣ ବିବାଦୀୟ ହୋଇପଡ଼ିଛି।

କାମିୟା କହିଛନ୍ତି, ମୋର କାମ ହେଉଛି ଦେଶର ବିଭିନ୍ନ ସ୍ଥାନକୁ ଯାଇ ସେଠାକାର ଅଧିବାସୀଙ୍କ ସଂସ୍କୃତି, ଐତିହ୍ୟ, ଖାଦ୍ୟପେୟ ଓ ଚଳଣି ବିଷୟରେ ସମଗ୍ର ଦୁନିଆକୁ ଜଣାଇବା। ମୋର କୋଚି ଗସ୍ତରେ ଏକ ଫୁଡ୍ ବ୍ଲଗ୍ ଭିଡିଓ ପ୍ରସ୍ତୁତ କରିଥିଲି । କିନ୍ତୁ, ସେଠାରେ ମୁଁ ଗୋମାଂସ ଖାଇ ନ ଥିଲି, ବିଭିନ୍ନ ନିରାମିଷ ବ୍ୟଞ୍ଜନ ଖାଇଥିଲି। ସେ ଏହା ମଧ୍ୟ କହୁଛନ୍ତି ଯେ, ମୁଁ କୋଚିର ଏକ ରେଷ୍ଟୁରାଂଟରେ ଯାହା ଯାହା ଖାଇଲି ତାର ବିଲ୍ ମଧ୍ୟ ଜଣାଇଛି । ମୋର ଏହି ବାର୍ତ୍ତା ସମସ୍ତ ବିବାଦ ଦୂର କରିବ ବୋଲି ଆଶା କରୁଛି।

ଏହା ପରେ ମଧ୍ୟ ପ୍ରଶ୍ନ ଉଠୁଛି ଯେ, ଯଦି ଆପଣ ବିଫ ଖାଆନ୍ତି ନାହିଁ କି ଏହାକୁ ପ୍ରମୋଟ କରନ୍ତି ନାହିଁ ତେବେ ଆପଣଙ୍କ ଟେବୁଲରେ କାହିଁକି ସେ ଖାଦ୍ୟ ଥିଲା । ଆଉ ଆପଣ କାହିଁକି ସେ ବିଫ କରି ଶବ୍ଦକୁ ଉଚ୍ଚାରଣ କରୁଥିଲେ । ଏପରିକି ଆପଣ ରସିଦରେ କହୁଛନ୍ତି ୧୩୦ ଟଙ୍କା ଶସ୍ତାରେ ଏତେ ସବୁ ଖାଦ୍ୟ ମିଳିଗଲା । ଆପଣ ୫୦ ଟଙ୍କାର ହିସାବ ଦେଲେ କିନ୍ତୁ ବାକି ୮୦ ଟଙ୍କାର ହିସାବ ଦେଇ ନ ଥିଲା । ବାସ୍ତବରେ ସେହି ବିଫ କରି ପ୍ଲେଟର ମୂଲ୍ୟ ହିଁ ୮୦ ଟଙ୍କା ଥିଲା । ତେଣୁ କେଉଁଠା କେଉଁଠି କାମିୟା ଜାନିଙ୍କ ସ୍ପଷ୍ଟୀକରଣରେ ମଧ୍ୟ ଅସ୍ପଷ୍ଟ ରହିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ