କଳାହାଣ୍ଡି, ୨୪/୧୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଦଶପୁର ଗାଁ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ନିକଟରେ ବୃଦ୍ଧ ଅଲେଖ ଗୋପାଳ ଦୁଇ ନାତି ଓ ନାତୁଣୀ ସାବଜିତ ଗୋପାଳ ଓ ହସିନା ଗୋପାଳ କୁ ନେଇ ରହୁଥିଲେ l ଅଲେଖ ଙ୍କ ପୁଅ ମଣ୍ଟୁ ଙ୍କୁ ଅଲେଖ ବାହାଘର କଲାପରେ ମଣ୍ଟୁ ନିଜ ସ୍ତ୍ରୀ ଓ ଦୁଇ ଛୁଆ ଙ୍କୁ ନେଇ ବେଶ ଖୁସିରେ ରହୁଥିଲେ l ହେଲେ ଗତ କିଛି ବର୍ଷ ତଳେ ମଣ୍ଟୁ ଙ୍କ ସ୍ତ୍ରୀ ଅନ୍ୟ ଏକ ପୁରୁଷ ସହିତ ପଳାୟନ କରି ଘର ସଂସାର କଲା l ଏହିସବୁ ଘଟଣା ପରେ ମଣ୍ଟୁ ମାନସିକ ଭାରସାମ୍ୟ ହରାଇ ଏଣେତେଣେ ବୁଲୁଛି l ଛୁଆଙ୍କ ଯତ୍ନ ବୃଦ୍ଧ ଅଲେଖ ନେଉଛନ୍ତି l ଏତେସବୁ ଅସୁବିଧା ଭିତରେ ଅଲେଖ ଙ୍କ ସ୍ତ୍ରୀ ଗତବର୍ଷ ଦେହାନ୍ତ ହେଲା l ଏବେ ଅଲେଖ କୁଳି ମଜୁରୀ କରି ଦୁଇ ନାତି ନାତୁଣୀ ଙ୍କୁ ଲାଳନ ପାଳନ କରୁଥିବା ନେଇ ବିଭିନ୍ନ ଖବର କାଗଜ ରେ ପ୍ରସାରିତ ହୋଇଥିଲା ଓ ଏ ସମସ୍ୟା ବିଷୟରେ ରାମକୁମାର ସେନାପତି ସମାଜସେବୀ ଶ୍ରୀ ଯଶୋବନ୍ତ ରଣା ଙ୍କୁ ଜଣେଇଥିଲେ l ଏହି ସମସ୍ୟା ବିଷୟରେ ଜାଣିବା ପରେ ଗତ ଦୁଇଦିନ ତଳେ ଜମାଜସେଵି ଯଶୋବନ୍ତ ରଣା, ଢଗ ନାଏକ, ଅଙ୍କିତ ସେଠି ଓ ଜିଲ୍ଲା ଶିଶୁ ମଙ୍ଗଳ ସମିତି ର ସୁଧାଂଶୁ ମହାପାତ୍ର ପ୍ରମୁଖ ଅଲେଖ ଗୋପାଳ ଙ୍କ ଘରକୁ ଯାଇ ସେମାନଙ୍କ ସ୍ଥିତି ଦେଖିବା ସହ ଖୁବ ଶୀଘ୍ର ଥଇଥାନ କରିବାକୁ ପ୍ରତିଶୃତି ଦେଇଥିଲେ l ପ୍ରତିଶୃତି ମୁତାବକ ଶୁକ୍ରବାର ଦିନ ଦୁଇ ଶିଶୁ ଙ୍କୁ ଯଶୋବନ୍ତ ରଣା ଶିଶୁ ମଙ୍ଗଳ ସମିତି ଙ୍କ ନିକଟ ରେ ହାଜର କରି ସମସ୍ତ ନିଷ୍ପତି ନିଆଗଲା l ସମସ୍ତ ଙ୍କ ଉପସ୍ଥିତି ରେ ଦୁଇ ଶିଶୁ ଙ୍କୁ ଗୋଲାମୁଣ୍ଡା ସ୍ଥିତ ଏକ ଅନାଥ ଆଶ୍ରମ ରେ ରଖିବାର ବ୍ୟବସ୍ଥା କରାଗଲା l ସେମାନେ ସେଠାରେ ରହି ପାଠ ପଢିବେ l ସେମାନଙ୍କ ସମସ୍ତ ସୁରକ୍ଷା ଓ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ l ସମାଜସେବୀ ଙ୍କ ଏହିପରି ପ୍ରୟାସ କୁ ବିଭିନ୍ନ ମହଲ ରୁ ପ୍ରଶଂସା ଜଣେଇଛନ୍ତି l ଦୁଇ ଶିଶୁ ଙ୍କୁ ଥଇଥାନ କରିଥିବାରୁ ବୃଦ୍ଧ ଅଲେଖ ମଧ୍ୟ ସମସ୍ତ ଙ୍କୁ ଧନ୍ୟବାଦ ଜଣେଇଛନ୍ତି l