Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ ଅଟଳ ଉତ୍ସବ ପାଳିତ ।

କୋକସରା26/12 : ଭବାନୀପାଟଣା ଠାରେ କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ “ଅଟଳ ଉତ୍ସବ” ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ବିଜେପିର ପୂର୍ବତନ ସଭାପତି ସୁନୀଲ ବେହେରା ଅଟଳ ଜୀ’ଙ୍କ ସହିତ ବିତାଇଥିବା ମୁହୂର୍ତ୍ତ ସମ୍ପର୍କରେ ନିଜ ଅନୁଭୂତି ବାଣ୍ଟିବା ସହିତ ସ୍ଥାନୀୟ କବିମାନଙ୍କ ଦ୍ଵାରା କବିତା ପାଠ ଆୟୋଜିତ ହୋଇଥିଲା। କବି ମାନେ ସ୍ଵ ରଚିତ କବିତା ତଥା ଅଟଳ ବିହାରୀ ବାଜପେୟୀଙ୍କ କବିତା ପାଠ କରିଥିଲେ। ଉପସ୍ଥିତ ସମସ୍ତ ବ୍ୟକ୍ତି ବିଶେଷ ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ, ପ୍ରବୀଣ ବକ୍ତା, ବିଶିଷ୍ଟ କବି, ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିଚାରଣ କରିଥିଲେ। ଏହି ଉତ୍ସବରେ ବନଶ୍ରୀ ଦାଶ, ତ୍ରିନାଥ କୁମାର, ପ୍ରାଣ କିଶୋର ପଣ୍ଡା, ଡିଲେଶ୍ଵର ରଣା, କିଶୋର ମହାନନ୍ଦ, କୈଶବ ବିହାରୀ, ଯୁଗଳ କିଶୋର ସାହୁ, ସାଗର ବଇଠାରୁ, ମନୋଜ ଅଧିକାରୀ, ତିଲକ୍ ରାମ ନିଆଲ, କିଷାନ ଶର୍ମା ପ୍ରମୁଖ ଯୋଗ ଦେଇଥିବା ବେଳେ ପ୍ରତାପ ଚନ୍ଦ୍ର ପଣ୍ଡା କବିତା ପାଠ ପରିଚାଳନା କରିଥିଲେ। ଶେଷରେ ପରିଷଦ ଅଧ୍ୟକ୍ଷା ଡ ସୁନୀତି ମୁଣ୍ଡ ଅଟଳ ବିହାରୀ ବାଜପେୟୀ ତାଙ୍କ ଆଦର୍ଶ ବୋଲି କହିବା ସହିତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
…..