Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋ ସ୍କୁଲ ଅଭିଯାନରେ ଛାତ୍ରଛାତ୍ରୀ ଙ୍କ ଲାଇବ୍ରେରି ପାଇଁ ପାଇଁ ହାତ ବଢ଼ାଇଲେ ବଦାନ୍ୟ ବ୍ୟକ୍ତି ଓ ପୁରାତନ ଛାତ୍ରଛାତ୍ରୀ।

କୋକସରା:୨୬/୧୨ ଜୟପାଟଣା ବ୍ଲକ ରେଙ୍ଗାଳପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ରେ “ମୋ ସ୍କୁଲ ଅଭିଯାନ”ରେ ବ୍ୟାପକ ସଫଳତା ଲାଭ କରିଛି। ବିଦ୍ୟାଳୟର ପୁରାତନ ଛାତ୍ର ,ବଦାନ୍ୟ ବ୍ୟକ୍ତି ମାନେ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ପଢ଼ିବା ଦିଗରେ ଅଧିକ ଗୁରୁତ୍ୱାରୋପ କରିଛନ୍ତି।ପୁସ୍ତକ ଅଧୟନରେ ରୁଚି ରଖିବା ଓ ପୁସ୍ତକ ଜ୍ଞାନ ବଢେଇବା ପାଇ ପୁରାତନ ତଥା ବଦାନ୍ୟ ବ୍ୟକ୍ତି ସମୂହ ଏକତ୍ରିତ ହୋଇ ଲାଇବ୍ରେରୀ ପୁସ୍ତକ ଯୋଗାଇଛନ୍ତି।ପ୍ରଧାନ ଶିକ୍ଷକ ମୋ ସ୍କୁଲ ଅଭିଯାନ ମାଧ୍ୟମରେ ପୂର୍ବରୁ ଅନେକ ସଫଳ ପାଇଛନ୍ତି।ମୋ ସ୍କୁଲ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରେଣୀ ପ୍ରକୋଷ୍ଠରେ ବସିବାର ସୁ ବ୍ୟବସ୍ଥା, ବିଶୁଦ୍ଧ ପାନୀୟ ଜଳ ଦିଗରେ ଅଧିକ ଧ୍ୟାନ ଦିଆଯାଇଛି। ଯାହାରି ଫଳରେ ଏକ ଉତ୍ତମ ଶିକ୍ଷଣ ପରିବେଶ ସୃଷ୍ଟି ହୋଇ ପାରିଛି।ଗତ ଶିକ୍ଷାବର୍ଷରେ ଜିଲ୍ଲା ସ୍ତରୀୟ ମୋ ସ୍କୁଲ ଅଭିଯାନର ଜିଲ୍ଲା କର୍ମଶାଳାରେ ଜୟପାଟଣା ବ୍ଲକ ରୁ ଶ୍ରେଷ୍ଠ ବିଦ୍ୟାଳୟ ଭାବେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଠାରୁ ମାନପତ୍ର ଗ୍ରହଣ କରିଥିଲା।ବିଦ୍ୟାଳୟରେ ଚଳିତ ଶିକ୍ଷା ବର୍ଷ ୨୦୨୩/୨୪ ମୋଟ ୩୩୨ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ସ୍କୁଲ ର ଲାଇବ୍ରେରୀ ପାଇଁ ପୁରାତନ ଛାତ୍ର,ଅଭିଭାବକ,ବଦାନ୍ୟ ବ୍ୟକ୍ତି,ବିଦ୍ୟାଳୟ ସଭ୍ୟ/ସଭ୍ୟା ମିଳିତ ଭାବେ ମୋଟ ୨୨୦୦ ଖଣ୍ଡ ଲାଇବ୍ରେରୀ ପୁସ୍ତକ ସର୍ବମୋଟ ମୂଲ୍ୟ ଟ.୧,୩୧,୩୦୧ ମୂଲ୍ୟର ସହାୟତା କରିଛନ୍ତି। ସମସ୍ତ ବଦାନ୍ୟ ବ୍ୟକ୍ତି ମାନଙ୍କ ଏପରି ମହତ୍ କାର୍ଯ୍ୟକୁ ପ୍ରଧାନ ଶିକ୍ଷକ ଲଲିତ କୁମାର ନାଏକ କୃତଜ୍ଞତା ଜ୍ଞାପନ କରିଛନ୍ତି ।