Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଥୁଆମୂଳ ରାମପୁର ବ୍ଲକ ନେହେଲା ଠାରେ ଶୀତ ବସ୍ତ୍ର ବଣ୍ଟନ

କୋକସରା:୨୭/୧୨ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ ଅଞ୍ଚଳ ନେହେଲା ଠାରେ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନ ଆନୁକୂଲ୍ୟରେ ଅମ୍ରୁତ ମାତ୍ରୁ ପିତ୍ରୁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ସ୍ଥାନୀୟ ନାଏକ ସରପଂଚ ରାଜକୁମାରୀ ସୁନାନୀଙ୍କ ଅଧ୍ୟକ୍ଷତାରେ ବିଶିଷ୍ଟ କର୍କଟ ରୋଗ ବିଶେଷଜ୍ଞ ଡ. ଅସିତ ମହାନ୍ତି ମୂଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ସମାଜସେବୀ କୁଳଦୀପ ଗୁପ୍ତା, ରାଜୁ ଅଗ୍ରୱାଲ, ଯୁବ ସଂଗଠକ ସଂଜୀବ ଠାକୁର, ବିଧାୟକ ପ୍ରତିନିଧି ମାଣିକ୍ୟ ନାଏକ, ଗୋବିନ୍ଦ ପ୍ରଧାନୀ, କପିଳାସ ନାଏକ ପ୍ରମୂଖ ଯୋଗଦାନ କରି ଥୁଆମୂଳ ରାମପୁର ଭଳି ଏକ ବଣଜଙ୍ଗଲ ଘେରା ଦୁର୍ଗମ ଅଞ୍ଚଳ ନେହେଲା ଠାରେ ଏଭଳି ସେବା ମୂଳକ କାର୍ଯ୍ୟକ୍ରମ ର ଆୟୋଜନ ସ୍ବାଗତ ଯୋଗ୍ୟ ଓ ପ୍ରଶଂସନୀୟ ବୋଲି ଆଲୋଚନା କରିଥିଲେ। ସଂଗଠନ ସଭାପତି ବିରଜା ପ୍ରସାଦ ପଣ୍ଡା ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଂଗଠନ ସଂପାଦକ ଅବିନାଶ ମୁଣ୍ଡ ଲକ୍ଷ୍ଯ ଓ ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ। କାର୍ଯ୍ୟକ୍ରମ ରେ ପୋଡାପଦର, ଡାଲଗୁମା, ମେଲଘରା, ପଣ୍ଡେଲଗୁଡା, ଭଁଟାଗୁଡା, ନେହେଲା, ଅରଖପେଡି, ଭୁଟରିଗୁଡା, ଲୋହରାଗୁଡା, କିଡକାଦର, ବିଜା ପଡା, ଡାଲିମ ଗୁଡା, ଟେଭାମହୁଲ ଓ ଭିତରଗୁମା ଗ୍ରାମର ୩୦୦ରୁ ଉର୍ଦ୍ଧ୍ବ ଗରୀବ ଅସହାୟ ବ୍ରୁଦ୍ଧ ବ୍ରୁଦ୍ଧା, ବିଧବା ଓ ଦିବ୍ୟାଂଗ ମାନଙ୍କୁ ଶୀତ ବସ୍ତ୍ର କରିଥିଲେ। ବାଳକ୍ରୁଷ୍ଣ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିବା ବେଳେ କାର୍ଯ୍ୟକ୍ରମ କୁ ଅର୍ଜୁନ ପରାଭୋଇ, ପରମାନନ୍ଦ ପରାଭୋଇ, ଅନୁଭବ ପ୍ରଧାନୀ, ହେମନ୍ତ ଗଉଡ ଓ ସୁରେନ୍ଦ୍ର ଗଉଡ ସକ୍ରିୟ ଭାବେ ସହଯୋଗ କରିଥିଲେ।