Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

କୋକସରା ଡିଗ୍ରୀ ମହାବିଦ୍ୟାଳୟ ରେ ନୂଆ ଓ କାର୍ଯ୍ୟକ୍ରମ ଉଦଯାପିତ,ନୂତନ ଉନ୍ନତ ଅଭିଳାଷ ଓଡ଼ିଶାର ସ୍ୱପ୍ନ ସାକାର ହେବ।

କୋକସରା୩୦/୧୨ କଳାହାଣ୍ଡି ଜିଲ୍ଲା କୋକସରା ଡିଗ୍ରୀ ମହାବିଦ୍ୟାଳୟ ଠାରେ ନୂଆ ଓ କାର୍ଯ୍ୟକ୍ରମ ଶନିବାର ଉଦଯାପିତ ହୋଇଯାଇଛି।ଉଦଯାପନୀ କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପୁଷ୍ପରାଜ ମେହେର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ମୌଷଧି ବାଗ,ମୁଖ୍ୟ ବକ୍ତା ଭାବେ ଲଡୁଗାଁ କଲେଜ ଅଧ ଡ଼. ନିହାରକାନ୍ତ ପଣ୍ଡା, ସମ୍ମାନିତ ଅତିଥି ଭାବେ ରାଜ୍ୟ ଓମ ଫେଡ ସଭାପତି କିଶୋର ଚନ୍ଦ୍ର ପ୍ରଧାନୀ, ଏନ ସିସି କ୍ୟାପଟେନ ତଥା ଅଧ୍ୟାପକ ଅଶ୍ୱିନୀ କୁମାର ପଟ୍ଟନାୟକ, ଅଧ୍ୟାପକ ସୁବ୍ରତ କୁମାର ବେହେରା,ଜଗନ ଚନ୍ଦାନି ,ଅଧ୍ୟାପିକା କନକ ମଞ୍ଜରୀ ବେହେରା ଯୋଗଦେଇ ଯୁବ ଶକ୍ତିର ଉତ୍ଥାନ ପାଇଁ ରାଜ୍ୟ ସରକାର ନୂଆ- ଓ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ନୂତନ ଓଡିଶା ନିର୍ମାଣର ସ୍ୱପ୍ନ ଯୁବବର୍ଗଙ୍କ ହାତରେ ରହିଛି ସେମାନଙ୍କ ପ୍ରତିଭା ବିକାଶ ହେଲେ ଜଣେ ସ୍ୱେଚ୍ଛାସେବୀ ଓ ଭବିଷ୍ୟତରେ ଦାୟିତ୍ଵ ସମ୍ପନ୍ନ ନାଗରିକ ହୋଇପାରିବ ବୋଲି ମତ ଦେଇଥିଲେ। ଏହି ଅଵସର ରେ ନୂଆ ଓ କାର୍ଯ୍ୟକ୍ରମ ର ବିଭିନ୍ନ ବର୍ଗରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମ ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ଙ୍କୁ ଉପସ୍ଥିତ ଅତିଥିମାନେ ମାନପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ। ଅଧ୍ୟାପକ ଐରି ନାସନ ଚିନ୍ଦା ମଞ୍ଚ ସଂଯୋଜନା କରିଥିବା ବେଳେ ଅଧ୍ୟାପିକା କନକ ମଞ୍ଜରୀ ବେହେରା ପୁରସ୍କାର ବିତରଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲେ।