Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚାଷି ମାରଣା ନୀତି ବିରୋଧ ରେ ୪ ରେ କଳାହାଣ୍ଡି ବନ୍ଦ ନେଇ ପ୍ରସ୍ତୁତି ବୈଠକ।

କୋକସରା:୦୧/୦୧ କଳାହାଣ୍ଡି ଜିଲ୍ଲା ରେ ଧାନ ଓ କପା ର ଅଭାବି ବିକ୍ରି କୁ ନେଇ ବିଜେପି ଦଳ ପକ୍ଷରୁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସକାରାତ୍ମକ ପଦକ୍ଷେପ ଗ୍ରହଣ ନ କରିବା ପ୍ରତିବାଦ କରି କଳାହାଣ୍ଡି ବିଜେପି ଜିଲ୍ଲା ସଭାପତି ଆର୍ତ୍ତତ୍ରଣ ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ ଆସନ୍ତା ଜାନୁୟାରୀ ୪ ତାରିଖରେ ଚାଷି ଙ୍କୁ ଉଚିତ ପ୍ରାପ୍ୟ ଦାବି ରେ କଳାହାଣ୍ଡି ବନ୍ଦ ଡାକରା ଦେଇଥିବା ବେଳେ ସୋମବାର କୋକସରା ବ୍ଲକ କୁସୁମଖୁଣ୍ଟି ଠାରେ ବରିଷ୍ଠ ବିଜେପି ନେତା ଜନାର୍ଦନ ପଣ୍ଡା ଙ୍କ ନେତୃତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ।କୋକସରା ବ୍ଲକ ମୋଟେର, କୋକସରା, ଆମପାଣି ମଣ୍ଡଳ ର କର୍ମକର୍ତ୍ତା ଯୋଗ ଦେଇଥିବା ବେଳେ ୪ ତାରିଖ ରେ ବନ୍ଦ ପାଳନ କୁ ସଫଳ ରୂପାୟନ ନେଇ ଆଲୋଚନା ହୋଇଛି। ଏହି ପ୍ରସ୍ତୁତି ବୈଠକରେ ବରିଷ୍ଠ ବିଜେପି ନେତା ପୂର୍ବତନ ବ୍ଲକ ସଭାପତି ନୀଳକଣ୍ଠ ମାଝୀ, କୋକସରା ମଣ୍ଡଳ ପ୍ରଭାରୀ ଗରୁଡ଼ ଧ୍ଵଜ ମାଝୀ, କୋକସରାମଣ୍ଡଳ ସଭାପତି ଦୁର୍ଗା ପ୍ରଧାନୀ, ସାଧାରଣ ସମ୍ପାଦକ ତ୍ରିନାଥ ଶବର, ମଣ୍ଡଳ ସମ୍ପାଦକ ମନୋଜ କୁମାର ନାଏକ, ମଣ୍ଡଳ କାର୍ଯ୍ୟକାରିଣୀ ସଦସ୍ୟ ନରେନ୍ଦ୍ର ପ୍ରଧାନୀ,ପୂର୍ବତନ ମଣ୍ଡଳ ସଭାପତି ପ୍ରମୋଦ କୁମାର ପଣ୍ଡା, ଦୈତାରି ବାରିକ, ଉପ ସଭାପତି ଗୋପାଳ ଅଗ୍ରୱାଲ,ରାଧେଶ୍ୟାମ ଗୋପାଳ, ଅମିନ ରଣା, ଭାବଗ୍ରାହୀ ପୁଝାରି, ମଣିରାମ ପୋଢ଼ ଓ ଅନ୍ୟ ଦଲୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

More Stories