Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଲମା ଗ୍ରାମରେ ଜୟ ଦୁର୍ଗା କ୍ଲବ ର ସୁବର୍ଣ୍ଣ ଜୟନ୍ତୀ ପାଳନ।

କୋକସରା:୦୧/୦୧ କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ଓଲମା ଗ୍ରାମ ର ଜୟ ଦୁର୍ଗା କ୍ଲବ ର ସୁବର୍ଣ୍ଣ ଜୟନ୍ତୀ ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି। ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ଜୟ ଦୁର୍ଗାନଲ କ୍ଲବ ର ପ୍ରତିଷ୍ଠାତା ସଦସ୍ୟ ବିଦ୍ୟାଧର ମୁଣ୍ଡ, ବ୍ରହ୍ମାନନ୍ଦ ମାଝୀ, ଯୁବକ ଲାଲ ପଣ୍ଡା, ଧର୍ମାନନ୍ଦ ପଣ୍ଡା, ପ୍ରତାପ କିଶୋର ପଣ୍ଡା ଙ୍କ ସ୍ମୃତି କୁ ଉଜାଗର କରିବା ସହ ସେମାନଙ୍କ ଉଦ୍ୟମ ରେ ଗଢି ଉଠିଥିବା ଅନୁଷ୍ଠାନ ସୁବର୍ଣ୍ଣ ଜୟନ୍ତୀ ପାଳନ ଗ୍ରାମବାସୀ ଙ୍କ ପାଇଁ । ଏହି ଅବସର ରେ ସନ୍ଧ୍ୟାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ସଭାପତି କୋବିଦ ଚନ୍ଦ୍ର ମାଝୀ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ବିଜେପି ନେତା ଜନାର୍ଦନ ପଣ୍ଡା, ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ଶିକ୍ଷା ବିଦ ଅଚ୍ୟୁତ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ପାଟଯୋଶୀ,ଜିଲ୍ଲା ପରିଷଦ ସଭ୍ୟ ବାନେର ଅଙ୍ଗଦ ମାଝୀ, ସମାଜସେବୀ ବସନ୍ତ ନାଗ ପ୍ରମୁଖ ଯୋଗଦେଇ ସୁବର୍ଣ୍ଣ ଜୟନ୍ତୀ ପାଳନ ଉତ୍ସଵ କୌଣସି ଅନୁଷ୍ଠାନ ପାଇଁ ଗର୍ବ ଓ ଗୌରବର କଥା, ଏଥିପାଇଁ ଦୀର୍ଘ ବର୍ଷ ର ପରିଶ୍ରମ ରହିଛି ଆଗକୁ ଏହି ଅନୁଷ୍ଠାନ ଶତ ବାର୍ଷିକ ପାଳନ କରୁ ବୋଳି ମତ ଦେଇଥିଲେ। କାର୍ଯ୍ୟକ୍ରମ ରେ ମଞ୍ଚ ପରିଚାଳନା ଅନୁଷ୍ଠାନ ର ସମ୍ପାଦକ ତ୍ରିନାଥ ଶବର କରିଥିବା ବେଳେ ଉପେନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେକର୍ଡ ଡ୍ୟାନ୍ସ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ କୁ କୋଷାଧ୍ୟକ୍ଷ ପବିତ୍ର ଚରଣ ମାଝୀ, ଉପଦେଷ୍ଟା କମିଟି ନିତ୍ୟାନନ୍ଦ ଶବର, ସଞ୍ଜୀବ କୁମାର ପଣ୍ଡା,ବିପ୍ର ଚରଣ ଶବର,ରାଜେନ୍ଦ୍ର ମାଝୀ, ବଳଦେବ ମାଝୀ,ଉମାକାନ୍ତ।ମାଝୀ,ପ୍ରମୋଦ ପଣ୍ଡା,ଭୁପେନ୍ଦ୍ର ଶବର, ସୁମନ୍ତ ଅଗସ୍ତି,ଶାନ୍ତନୁ ପଣ୍ଡା, ଚକ୍ରଧର ଶବର,ଅମୂଲ୍ୟ ଅଗସ୍ତି, ବିଶେଷ କୁମାର ପଣ୍ଡା ପ୍ରମୁଖ ପରିଚାଳନା ରେ ବିଶେଷ ସହଯୋଗ କରିଥିଲେ।

More Stories