Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଁ ସୁନା ପ୍ରତିମା କ୍ଲବ୍ ଝାମ୍ପି ଗ୍ରାମାଞ୍ଚଳ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ, ଉଦଯାପିତ : ସୁଡ୍ରୁକୁମ୍ପା ଦଳ ଚାମ୍ପିଅନ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦଳପଡା ପଞ୍ଚାୟତ ମାଁ ସୁନା ପ୍ରତିମା କ୍ଲବ୍ ଝାମ୍ପି ତରଫରୁ ଆୟୋଜିତ ହୋଇଥିବା ଗ୍ରାମାଞ୍ଚଳ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ ଯାପିତ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉର୍ବଶୀ ଦିଗାଲ ଜିଲ୍ଲା ପରିଷଦ ସଭ୍ୟା ଖଜୁରୀପଡା ସମ୍ମାନିତ ଅତିଥି ରୂପେ ପ୍ରଣବ ନାୟକ ଜନ ଜାଗୃତି ମଞ୍ଚ ଆବାହକ କନ୍ଧମାଳ, ଭାରତୀୟ ଜନତା ଯୁବମୋର୍ଚ୍ଚା ସମ୍ପାଦକ ଗୋଲକ ବିହାରୀ ମଲିକ,ସମାଜସେବୀ ଅନନ୍ତ କୁମାର ଦିଗାଲ, ମାଁ ସୁରାଦେଇ ସେବା ସଂଘ ଖଜୁରୀପଡା ସଭାପତି ବିକାଶ କୁମାର ଦିଗାଲ,ଦଳପଡା ପଞ୍ଚାୟତ ପୂର୍ବତନ ସରପଞ୍ଚ ରଞ୍ଜନ କୁମାର କହଁର, କୃଷ୍ଣ ଚନ୍ଦ୍ର କହଁର ବ୍ୟାଙ୍କ ଅଫ ଇଣ୍ଡିଆ, ଦଳପଡା ଏମ୍ ବି କେ ଦୀପ୍ତିମୟୀ ମଲିକ ଯୋଗ ଦେଇ ଥିଲେ।ଏହି ଟୁର୍ଣ୍ଣାମେଣ୍ଟଟି ୪ଦିନଧରି ଚାଲିଥିଲା ବେଳେ ୧୬ ଗୋଟି ଟିମ୍ ଭାଗ ନେଇଥିଲେ ସେଥି ମଧ୍ୟରୁ ସୁଡ୍ରୁକୁମ୍ପା ଏବଂ ଜାର୍ଗୀପଡା ଟିମ୍ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଖେଳଟି ଅତି ସଂଘର୍ଷ ପୂର୍ଣ୍ଣ ହୋଇଥିବା ବେଳେ ଜାର୍ଗୀପଡା ଟିମ୍ କୁ ସୁଡ୍ରୁକୁମ୍ପା ଟିମ୍ ପରାସ୍ତ କରି ବିଜୟୀ ଲାଭ କରିଥିଲା । ଖେଳ ଶେଷରେ ଉଭୟ ବିଜେତା ଓ ଉପବିଜେତା ଦଳକୁ ଉପସ୍ଥିତ ଥିବା ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା । ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଟି ମାଁ ସୁନା ପ୍ରତିମା କ୍ଲବ୍ ଝାମ୍ପି ଆୟୋଜନ କରିଥିବା ବେଳେ ଖେଳ ପରିଚାଳନା ସୁଶିଳ କୁମାର କହଁର, ବିପ୍ରଚରଣ ବିନ୍ଧାଣି, ଜଗନ୍ନାଥ ଯାନୀ,ରୋଶନ ଭୋଇ କରିଥିଲେ ଏବଂ କ୍ଲବ ର ସମସ୍ତ ସଭ୍ୟ ସମେତ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ହୋଇ ସହଯୋଗ କରିଥିଲେ ।