Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାହାଣ୍ଡି ସାମ୍ବାଦିକ ୟୁନିୟନର ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଝୁମିଳେ ସାମ୍ବାଦିକ।

କୋକସରା:୦୩/୦୧ କଳାହାଣ୍ଡି ସାମ୍ବାଦିକ ୟୁନିଅନ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଭବାନୀପାଟଣା ଜସପାଳ ସିଂ ଫାର୍ମ ହାଉସ ଠାରେ ଓୟୁଜେ ରାଜ୍ୟ ସାଧାରଣ ସମ୍ପାଦକ କମ୍ନୁପାଣି ମିଶ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ବନ୍ଧୁ ମିଳନ ସାଧାରଣ ସଭା ରେ କଳାହାଣ୍ଡି ଜିଲ୍ଲା ସଭାପତିରୁ ନିକଟରେ ରାଜ୍ୟ ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିବା କମ୍ବୁପାଣି ମିଶ୍ରଙ୍କୁ ବରିଷ୍ଠ ସମାଜସେବୀ।ବିଜେଡ଼ିର ପୁର୍ବତନ ଜିଲ୍ଲା ସଭାପତି ଓ ଜିଲ୍ଲା ସିଟିଜେନ ଫୋରମର ଉଦ୍ୟୋକ୍ତା ଜଗଦିଶ ସିଂଙ୍କ ପ୍ରତିମୂର୍ତ୍ତିରେ ୟୁନିଅନ ତରଫରୁ ପୁଷ୍ପାଞ୍ଜଳି ପ୍ରଦାନ କରଯାଇଥିଲା। ଓଡ଼ିଶା ସାମ୍ବାଦିକ ୟୁନିଅନ (ଓୟୁଜେ)ର ରାଜ୍ୟ ସାଧାରଣ ସମ୍ପାଦକ କମ୍ବୁପାଣି ମିଶ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା କାର୍ଯ୍ୟକରୀ ସଭାପତି ବିରଞ୍ଚି ନାରାୟଣ ଜାଲ, ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସିଂଦେଓ, ସଂଗଠନ ସମ୍ପାଦକ ଅଂଶୁମାନ ପାତ୍ର, ରାଜ୍ୟ ସଂଗଠନ ସମ୍ପାଦକ ଇଙ୍ଗିତ ପଣ୍ଡା, ଜିଲ୍ଲା ଉପ ସଭାପତି ଲିଙ୍ଗରାଜ ମିଶ୍ରଙ୍କ ସମେତ ରଞ୍ଜନ ମହାନ୍ତି, ଅଭିରାମ ନନ୍ଦ, ହେମନ୍ତ ସାହୁ, ସନତ କୁମାର ପ୍ରଧାନୀ, ଶରତ ଚନ୍ଦ୍ର ରାଉତ,ବିକାଶ ଷଡ଼ଙ୍ଗୀ, ଖଗେଶ୍ବର ଧଙ୍ଗଡାମାଝୀ, ଲକ୍ଷ୍ମୀକାନ୍ତ ବାଗ, କୈଳାସ ସାହୁ, ସୁଶିଲ ବାଗ, ହିମାଂଶୁ ବରାଡ, ମନମୋହନ ନାଏକ, ରାଜକୁମାର ସିଂଦେଓ, ସନ୍ତୋଷ ସିଂ ଦେଓ, ଭଜରାମ ସାହୁ, ଭଦ୍ରାଞ୍ଚଳ ନାଏକ, ଡବ୍ଲୁ ଅଗସ୍ତି, ତ୍ରଲୋକ୍ୟ ବେସରା, ଦୁଷ୍ମନ୍ତ ପାଟଯୋଶୀ,ଉମେଶ ଦୁରିଆ,କକୈଳାଶ ସାହୁ,କିଶୋର ନାଏକ,ସୁଧୀର ସାହୁ,ସୌମ୍ୟ ଅଗସ୍ତି, ମହେନ୍ଦ୍ର ତାଣ୍ଡି, ପ୍ରମୁଖଙ୍କ ସମେତ ୭୫ରୁ ଉର୍ଦ୍ଧ୍ବ ସଦସ୍ୟଙ୍କ ସମାଗମ ହୋଇଥିଲା। ସାମ୍ବାଦିକ ୟୁନିୟନର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଏକ ମନୋରମ ପରିବେଶ ରେ ଅନୁଷ୍ଠିତ ହୋଇଥିଲା। ଭୂରି ଭୋଜନ ପରେ ରାଜ୍ୟ ସାଧାରଣ ସମ୍ପାଦକଙ୍କ ସମେତ ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ମାନେ ମଞ୍ଚରେ ମନଖୋଲି ଖୁସି ମନାଇଥିଲେ। ଶେଷରେ କାର୍ଯ୍ୟକାରୀ ସଭାପତି ଶ୍ରୀ ଜାଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

More Stories