ହିଟ ଆଣ୍ଡ ରନ ନିୟମ କୁ ପ୍ରତ୍ୟାହାର ଦାବି ,କୋକସରା ଥାନା ଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ।

କୋକସରା:୦୫/୦୧ କେନ୍ଦ୍ର ସରକାର ଙ୍କ ହିଟ ଆଣ୍ଡ ରନ ନିୟମ କୁ ପ୍ରତ୍ୟାହାର ଦାବି କରି ଦେଶ ଓ ରାଜ୍ୟରେ ବିଭିନ୍ନ ଡ୍ରାଇଭର ସଙ୍ଘ ପକ୍ଷରୁ ସମର୍ଥନ ଜଣାଇ ଆନ୍ଦୋଳନ ଜାରି ରହିଥିବା ବେଳେ କେନ୍ଦ୍ର ସରକାର ଙ୍କ ହିଟ ଆଣ୍ଡ ରନ କୁ ପ୍ରତ୍ୟାହୃତ ଓ ରାଜ୍ୟ ସରକାର ଡ୍ରାଇଭର ସଙ୍ଘ କୁ ଦେଇଥିବା ପ୍ରତିଶ୍ରୁତି ପୂରଣ ନକରିବା ନିଷ୍ପତି କୁ ବିରୋଧ କରିବା ସହ ଷ୍ଟେରିଂ ଛାଡ଼ ଆନ୍ଦୋଳନ ର ଡାକରା ଦେଇଛନ୍ତି। କୋକସରା ବ୍ଲକ ଡ୍ରାଇଭର ସଙ୍ଘ ପକ୍ଷରୁ ଆଜି କୋକସରା ଥାନା ଅଧିକାରୀ ରନିତା ପ୍ରଧାନ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।କୋକସରା ବ୍ଲକ ଡ୍ରାଇଭର ସଙ୍ଘ ସଭାପତି ଜଗନ୍ନାଥ ଦଳପତି,ଉପ ସଭାପତି ଲକ୍ଷ୍ମଣ ଭାଟି, ସାଧାରଣ ସମ୍ପାଦକ ନାରାୟଣ ଶଗଡ଼ିଆ, ସହ ସମ୍ପାଦକ କମଳ ଭାଇ, କୋଷାଧ୍ୟକ୍ଷ ଭୁପେନ୍ଦ୍ର ସୁନାନୀ, ବ୍ଲକ ଆଡ଼ମିନ ଭଗବାନ ପଟ୍ଟନାୟକ, ବୃନ୍ଦାବନ ଦୁର୍ଗା, ଲିଙ୍ଗରାଜ ପୁଝାରି, ଚନ୍ଦ୍ରମଣି, ତୁକାରାମ ନାଏକ, ଶ୍ରୀବଚ୍ଛ ଗୋପାଳ, ଲୁଲୁ ୟାଦବ, କାଁହୁ ବାଗ, ଶରତ ଗୋପାଳ, ଶୋଭାନ ପୁଝାରି ଓ ଶତାଧିକ ଡ୍ରାଇଭର ମାନେ ଉପସ୍ଥିତ ଥିଲେ।