ଗୋତୋମୁଣ୍ଡା ଠାରେ ଆମପାଣି ଯୋନ ସ୍ତରୀୟ ବିଜେଡି କର୍ମି ସମାବେଶ।

କୋକସରା:୦୭/୦୧ କୋକସରା ବ୍ଲକ ଆମପାଣି ଯୋନ ସ୍ତରୀୟ ବିଜେଡି ଦଲୀୟ କର୍ମକର୍ତ୍ତା ଙ୍କ କର୍ମି ସମାବେଶ ରବିବାର ବ୍ଲକ ର
ଗୋତୋମୁଣ୍ଡା ପଞ୍ଚାୟତ ଧାନ ମଣ୍ଡି ନିକଟରେ ଅନୁଷ୍ଠିତ ହୋଇଯାଇଛି। ଆମପାଣି ଯୋନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ କୁମାର ମାଝୀ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୋୖ ଷ ଧି ବାଗ, ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ବ୍ଲକ ବିଜେଡି ସଭାପତି ସୁଶାନ୍ତ କୁମାର ବେହେରା,ମୂଷାପାଳି ସରପଞ୍ଚ ଅକ୍ଷୟ ନାଏକ,ମହିମା ସରପଞ୍ଚ ଇଶରାମ କୋଲଥିଆ, ସୁରେଶ ସାହୁ, ଧର୍ମାନନ୍ଦ ନାଏକ ପ୍ରମୁଖ ଉପସ୍ଥିତ ରହି ନୂତନ ବର୍ଷ ର ଶୁଭେଚ୍ଛା ଜଣାଇବା ସହ ରାଜ୍ୟ ସରକାର ଙ୍କ ମୋ ଓଡିଶା,ନବୀନ ଓଡିଶା, ବି.ଏସ.କେୱ।.ଇ ନବୀନ କାର୍ଡ,ପୁରୀପରିକ୍ରମା ଓ ଅନ୍ୟ ଲୋକାଭିମୁଖୀ ଯୋଜନା କୁ ତୃଣମୂଳ ସ୍ତରରେ ଘରେ ଘରେ ନେଇ ପହଞ୍ଚାଇବା କୁ ଉପସ୍ଥିତ ବିଜେଡି ନେତୃବୃନ୍ଦ କର୍ମି ଙ୍କୁ ଗୁରୁମନ୍ତ୍ର ଦେଇଥିଲେ।