Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇନ୍ଦ୍ରାବତୀ ରୁ ରବି ଚାଷ ପାଇଁ ଜଳସେଚନ ଆରମ୍ଭ।

କୋକସରା, ୮/୧ ଇନ୍ଦ୍ରାବତୀରୁ ରବି ଚାଷ ପାଇଁ ଜଳସେଚନ ସୋମବାର ଠାରୁ ଆରମ୍ଭ ହୋଇଛି। ଇନ୍ଦ୍ରାବତୀ ବାମ, ଦକ୍ଷିଣ ଓ ମେଗା ଲିଫ୍ଟ କେନାଲ ଜରିଆରେ ପ୍ରାୟ ୩୩୫ ଖଣ୍ଡ ଗାଁର ଚାଷୀ କେନାଲ ପାଣି ପାଇବେ। କଳାହାଣ୍ଡି ଜିଲ୍ଲାର ଇନ୍ଦ୍ରାବତୀ ଜଳସେଚନ ଜିଲ୍ଲାର ଅର୍ଥନୀତି ଓ କର୍ମ ଯୋଗାଣ କ୍ଷେତ୍ରରେ ଜୀବନ ରେଖା ପାଲଟି ଥିବା ବେଳେ ଚଳିତ ରବିଚାଷ ପାଇଁ ଜଳସେଚନ ବାମ ମୁଖ୍ୟ କେନାଲରେ ୩୧,୩୧୫, ଦକ୍ଷିଣ ମୁଖ୍ୟ କେନାଲରେ ୨୦୦୭୩, ଓ ମେଗା ଲିଫ୍ଟ କେନାଲରେ ପରିବର୍ଦ୍ଧିତ ଆୟକଟ ସହିତ ୧୬, ୬୪୫ହେକ୍ଟର ମୋଟ ୭୧, ୨୩୪ହେକ୍ଟର ଜମିରେ ଜଳସେଚନ ଲକ୍ଷ ରଖାଯାଇ ଥିବା ସୂଚନା ମିଳିଛି । ଏଥିରେ ପ୍ରାୟ ୩୩୫ ଗ୍ରାମର ଚାଷୀ ଚାଷ ପାଇଁ ପାଣି ପାଇପାରିବେ । ଇନ୍ଦ୍ରାବତୀ ଜଳ ଭଣ୍ଡାରରେ ବର୍ତ୍ତମାନ ୬୩୬.୪୫ମିଟର ଜଳସ୍ତର ଥିବାରୁ ଚାଷୀଙ୍କ ମଧ୍ୟରେ ଏବେଠୁ ସୁରକ୍ଷିତ ଜଳସେଚନକୁ ନେଇ ଆଶଙ୍କା ବଢ଼ିବାରେ ଲାଗିଲାଣି । ଏ ସଂକ୍ରାନ୍ତରେ ସଂପୃକ୍ତ ଅଧିକାରୀଙ୍କୁ ପଚାରିବାରୁ ପର୍ଯ୍ୟାୟ କ୍ରମେ ଜଳ ସେଚନ ସହିତ ସ୍ୱଳ୍ପ ମିଆଦି କିସମର ଧାନ ଚାଷ କରିବା ପାଇଁ ଚାଷୀଙ୍କୁ ନିବେଦନ କରିଛନ୍ତି।ଆଜି ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସନ୍ତୋଷ ମହାପାତ୍ର,ବାମ କେନାଲ କୁସୁମଖୁଣ୍ଟି ଡିଭିଜନ ଅଧିକ୍ଷଣ ଯନ୍ତ୍ରୀ ତୃପ କୁମାର ପାତ୍ର, ଦକ୍ଷିଣ କେନାଲ ଡିଭିଜନ ଅଧିକ୍ଷଣ ଯନ୍ତ୍ରୀ ରାଜ କୁମାର ବେହେରା, ଇନ୍ଦ୍ରାବତୀ ଉଠା ଜଳସେଚନ ବିଭାଗ ର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ପ୍ରଣୟ କୁମାର ପ୍ରଧାନ, ଧର୍ମଗଡ କେନାଲ ଡିଭିଜନ ଅଧିକ୍ଷଣ ଯନ୍ତ୍ରୀ ଅକ୍ଷୟ କୁମାର ଭୋଇ , ଇନ୍ଦ୍ରା ବତୀ ବାମ କେନାଲ କୁସୁମ ଖୁଣ୍ଟି ଡିଭିଜନ _୧ ର ସହକାରୀ ନିର୍ବାହୀ ଯନ୍ତ୍ରୀ ରଘୁ ନାଥ ମୁଣ୍ଡା ,ସହକାରୀ ଯନ୍ତ୍ରୀ ପରମାନନ୍ଦ ନାଏକ, ଦକ୍ଷିଣ କେନାଲ ସହ କାରି ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ବେହେରା,ସହକାରୀ ନିର୍ବାହୀ ଯନ୍ତ୍ରୀ ଗୋକୁଳ ରାଉତ ପ୍ରମୁଖ ଉପସ୍ଥିତରହି ପୂଜାର୍ଚ୍ଚନକରି ପାଣି ଛଡ଼ା ଯାଇ ଥିଲା ପ୍ରଥମ ଦିନରେ ଦକ୍ଷିଣ କେନାଲ ରେ ୫ କୁମେସ ଓ ବାମ କେନାଲ ୧୦ କୁମେକ୍ସ ଉଠା ଜଳସେଚନ କେନାଲ ମାଧ୍ୟମରେ ୩.୫ କୁଇମେକସ ଜଳ ଛଡା ଯାଇଥିବା ଅଧିକାରୀ ମାନେ ପ୍ରକାଶ କରିଥିବା ବେଳେ ଆଗକୁ ଦରକାର ପଡେ ତାହା ହେଲେ ଜଳଯୋଗାଣ କୁଇମେକ୍ ବୃଦ୍ଧି କରାଯିବ ବୋଲି ସୂଚନା ମିଳିଛି।

More Stories