Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଲେଶ୍ୱର ବିଜେଡିରେ କେଁ, ନିର୍ବାଚନ ପୂର୍ବରୁ ଗୋଷ୍ଠୀ କନ୍ଦଳ; ଅଡୁଆରେ ପଡିପାରେ ଶାସକ ଦଳ

ବାଲେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ବାଲେଶ୍ୱର ବିଜେଡିରେ ତେଜିବାରେ ଲାଗିଛି ଗୋଷ୍ଠୀ କନ୍ଦଳ । ଦୁଇ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହେବା ସହ କଥା ହାତାହାତି ପର୍ଯ୍ୟନ୍ତ ଯାଇଥିଲା । ସଦର ବିଧାୟକ ସ୍ୱରୂପ ଦାସ ଓ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ଗୋଷ୍ଠୀ ମଧ୍ୟରେ ଏହି ବିବାଦ ଦେଖା ଦେଇଛି । ଯାହା ଜିଲ୍ଲା ବିଜେଡିର କନ୍ଦଳକୁ ପଦାରେ ପକାଇଛି । ଏମିତି ହେଲେ ଆଗାମୀ ନିର୍ବାଚନରେ ଶାସକ ଦଳ ଅଡୁଆରେ ପଡିପାରେ ।

ସୂଚନା ଅନୁଯାୟୀ, ମଙ୍ଗଳବାର ସଦର ବିଧାୟକ ସ୍ୱରୂପ ଦାସଙ୍କ ବିରୋଧରେ ନାରାବାଜି ଦେଖିବାକୁ ମିଳିଛି । ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ସମର୍ଥନରେ ମହିଳା ରାଲି ବାହାର କରିଛନ୍ତି । ଗାନ୍ଧି ସ୍ମୃତି ଭବନରୁ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛନ୍ତି । ଗତ ୬ ତାରିଖରେ ଦଳୀୟ କାର୍ଯ୍ୟକ୍ରମରେ ବିବାଦ ଦେଖା ଦେଇଥିଲା । ସିଟରେ ବସିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । କାଲି ଏ ନେଇ ଜଣେ ମହିଳା କାଉନସିଲର ଥାନାରେ ଅଭିଯୋଗ କରିଥିଲେ । ଏହାକୁ ନେଇ ବାଲେଶ୍ୱରରେ ରାଜନୀତି ସରଗରମ ରହିଛି । ନିର୍ବାଚନ ପୂର୍ବରୁ ଦୁଇ ଗୋଷ୍ଠୀ ମଧ୍ୟରେ ଏମିତି ତିକ୍ତତା ବିଜେଡିକୁ ମୁସ୍କିଲ ସ୍ଥିତିରେ ପକାଇପାରେ ।

ଏନେଇ ଜଣେ ଅଭିଯୋଗକାରୀ କହିଛନ୍ତି, ଆମେ ଏକ ଶୃଙ୍ଖଳିତ ଦଳରେ ଅଛୁ। ତେଣୁ ଭାବିଚିନ୍ତି ଏପରି ପଦକ୍ଷେପ ନେଇଛୁ। କାହାକୁ ଡାକିକି ଅସମ୍ମାନ କରିବା ଖୁବ୍‌ ନିନ୍ଦନୀୟ । ଏହା ଆମକୁ ଖୁବ୍‌ ବାଧିଛି। ଆମ ଆତ୍ମ ସମ୍ମାନନରେ ଆଞ୍ଚ ଆସିଛି। ମୁଖ୍ୟମନ୍ତ୍ରୀ ସବୁବେଳେ ମା’ଙ୍କୁ ସମ୍ମାନ କହୁଥିବା ବେଳେ ଏଠାରେ କିନ୍ତୁ କିଛି ଲୋକ ଉକ୍ତ ଛବିକୁ ମଳିନ କରିବାକୁ ସର୍ବଦା ପ୍ରୟାସରତ ଅଛନ୍ତି। ବିଧାୟକଙ୍କ କିଛି ସମର୍ଥକ ଗୋଷ୍ଠୀ ଏପରି କାଣ୍ଡ ଚଲାଇଛନ୍ତି । ଆମେ ସେମାନଙ୍କ ବିରୋଧରେ ଅଭିଯୋଗ କରୁଛୁ। ତେବେ ଏନେଇ ଆଗାମୀ ଦିନେ, ଦୁଇ ଦିନରେ ପ୍ରେସ୍‌ ମିଟ୍‌ କରି ଗଣମାଧ୍ୟମ ସମ୍ମୁଖରେ ସବୁ କଥା କହିବୁ ବୋଲି ଅଭିଯୋଗକାରୀମାନେ ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ