ଦେବାଦେବୀ ଙ୍କ ମଶାଲ ଯାତ୍ରା ସହ ଉଦଘାଟିତ ହେଲା କୋକସରା ବ୍ଲକ ସ୍ତରୀୟ ଗୁଡହାଣ୍ଡି ଉତ୍ସଵ।

କୋକସରା:୧୦/୦୧
କଳାହାଣ୍ଡି ର ଐତିହ୍ୟ ପରମ୍ପରା ର ବାର୍ତ୍ତାବହ କଳାହାଣ୍ଡି ଉତ୍ସଵ ଘୁମୁରା କୋକସରା ବ୍ଲକ ସ୍ତରୀୟ ଗୁଡହାଣ୍ଡି ମହୋତ୍ସବ ବୁଧବାର ଦିନ ଆରମ୍ଭ ହୋଇଛି। ମହୋତ୍ସବ ଉଦଯାପନି ଅବ୍ୟାହତ ପୂର୍ବରୁ ଆମପାଣି ବୁଢ଼ାରଜା ଦେବ ,ଚିଲିଗୁଡା ମା ସର୍ଵ ମଙ୍ଗଳା ଓ ମା ଠାକୁରାଣୀ ଙ୍କ ମଶାଲ ଆସି ପହଞ୍ଚି ବା ପରେ ମହିମା ଗ୍ରାମ ର ମା ବାର ଦାୟିନୀ ଦେବୀ ଙ୍କ ଲାଠିକୁର୍ସି,ଲଡୁଗାଁ ଶିତଲା ମାତା ଙ୍କ ପାଲିଙ୍କି ଆସି ଏକତ୍ରିତ ହେବାପରେ ବ୍ଲକ ପ୍ରଶାସନ ଓ ଉପସ୍ଥିତ ଅତିଥି ମାନେ ଦେବାଦେବୀ ଙ୍କୁ ବଙ୍ଗଳା ଛକ ନିକଟରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଦେବାଦେବୀ ଙ୍କ ମଶାଲ ଶୋଭାଯାତ୍ରା ଏକ ଭବ୍ୟ ପଟୁଆର ରେ ଘଣ୍ଟୁଆ,ଲୋକ ନୃତ୍ୟ,ସାଂସ୍କୃତିକ କଳାକାର ଙ୍କ ରଙ୍ଗାରଙ୍ଗ ଶୋଭାଯାତ୍ରାରେ କୋକସରା ସହର ପରିକ୍ରମା କରି ଗୁଡହାଣ୍ଡି ଉତ୍ସଵ ମଞ୍ଚ ରେ ପହଞ୍ଚିବା ପରେ ପୁଜକ ନନ୍ଦ କିଶୋର ଧରୁଆ ଓ ଦିଲୁ ସିଂ ଧରୁଆ ପୂଜାର୍ଚ୍ଚନା କରି ମଞ୍ଚ ପୂଜନ କରିଥିଲେ।ଉଦଘାଟନୀ ମହୋତ୍ସବ ରେ କୋକସରା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ସୁଜିତ କୁମାର, ସମ୍ମାନିତ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ, ବିଡ଼ିଓ ସ୍ନେହାପ୍ରଭା ମାଝୀ,ସ୍ଥାନୀୟ ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ, ତହସିଲଦାର ନବୀନ କିଶୋର ପାଢ଼ୀ ପ୍ରଦୀପ ପ୍ରଜ୍ଜ୍ୱଳନ ସହ ମଞ୍ଚ ଉଦଘାଟନ କରିଥିଲେ। ଜିଲ୍ଲାର କଳା ସଂସ୍କୃତି ପରମ୍ପରାର ବାର୍ତ୍ତାକୁ ନେଇ ପ୍ରଚାର ପ୍ରସାର ଓ ଲୁକ୍କାୟିତ କଳାକାର ଙ୍କୁ ଏହି ମଞ୍ଚ ମାଧ୍ୟମରେ ନୂତନ ସୁଯୋଗ ଓ ଲୋକଲୋଚନ କୁ ଆଣିବାର ପ୍ରୟାସ ନେଇ ଆରମ୍ଭ ହୋଇଥିବା କଳାହାଣ୍ଡି ଉତ୍ସଵ ବର୍ଷ ରେ ପହଞ୍ଚି ଥିବା ବେଳେ ଏହି ମଞ୍ଚ ଅନେକ ପ୍ରତିଭା କଲା ପ୍ରଦର୍ଶନ କରି ଦେଶବିଦେଶରେ ରାଜ୍ୟ ଓ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ବୋଳି ଉପସ୍ଥିତ ଅତିଥୀ ମାନେ କହିଛନ୍ତି। ପରେ ଗୁଡହାଣ୍ଡି ମଞ୍ଚ ରେ ସ୍ଥାନୀୟ ଲୋକ କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ମଞ୍ଚ ଉଦଘୋଷକ ଭାବେ ଅଧ୍ୟାପକ ସୁବ୍ରତ ବେହେରା, ପଙ୍କଜ ମୁଖ ଚୌଧୁରୀ, ଦେବାନନ୍ଦ ରାଉତ, କ୍ଷୀରସିନ୍ଧୁ ବାଣୁଆ ମଞ୍ଚ ସଂଯୋଜନା କରିଥିଲେ। ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା ଓ ଗୁଡହାଣ୍ଡି ଉତ୍ସଵ କମିଟିର ସଦସ୍ୟ ମାନେ ପରିଚାଳନା ରେ ସହଯୋଗ କରିଥିଲେ।