Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉଦଯାପିତ ହେଲା ବ୍ଲକ ସ୍ତରୀୟ ଗୁଡହାଣ୍ଡି ଉତ୍ସଵ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଝୁମିଳେ ଦର୍ଶକ।

କୋକସରା:୧୨/୦୧ କଳାହାଣ୍ଡି ଉତ୍ସଵ ଘୁମୁରା ଅବସରରେ କୋକସରା ବ୍ଲକ ସ୍ତରୀୟ ଗୁଡହାଣ୍ଡି ମହୋତ୍ସବ ଗୁରୁବାର ବିଭିନ୍ନ ଲୋକକଲା ଓ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଉଦଯାପିତ ହୋଇଯାଇଛି। ଉଦଯାପନି କାର୍ଯ୍ୟକ୍ରମ ରେ ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି (ଭାଲୁ ଭାଇ), ମୁଖ୍ୟ ବକ୍ତା ଭାବେ ସାନ୍ଧ୍ୟ କଲେଜ ଭବାନୀପାଟଣା ଅଧ୍ୟାପକ ପରମେଶ୍ୱର ମୁଣ୍ଡ,ବିଶିଷ୍ଟ ଅତିଥୀ ଭାବେ ପଦ୍ମଶ୍ରୀ ହଳଧର ନାଗ, ପୂର୍ବତନ ମନ୍ତ୍ରୀ ତଥା ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ଜୟପୁର ନଗରପାଳ ନରେନ୍ଦ୍ର ମହାନ୍ତି,ଗୁଡହାଣ୍ଡି ମଞ୍ଚ ରେ ଉପସ୍ଥିତ ରହି କଳାହାଣ୍ଡି ର କଲା ସଂସ୍କୃତି ଐତିହ ର ବାର୍ତ୍ତାବହ କଳାହାଣ୍ଡି ଉତ୍ସଵ ଘୁମୁରା ଦୁର ପ୍ରସାରି ପାଇଁ ଏହି ଲୋକ ମହୋତ୍ସବ ଗୁରୁତ୍ୱ ବହନ କରୁ ବୋଲି ବୋଳି ମତ ପ୍ରକାଶ କରିଥିଲେ। ଏହି ଲୋକ ମହୋତ୍ସବ ରେ ପଦ୍ମଶ୍ରୀ ଶ୍ରୀ ନାଗ ପଶ୍ଚିମ ଓଡିଶା ର ଏହି ଲୋକକଲା ମହୋତ୍ସବ ସ୍ଥାନୀୟ କଳାକାର ଙ୍କ ପାଇଁ ପ୍ରେରଣା ର ଉତ୍ସ ହେଉ ବୋଲି କହିଥିଲେ। ଜୟପୁର ବିଧାୟକ ତାରା ବାହିନୀପତି ଙ୍କ ମନ ମତାଣିଆ ଅଭିଭାଷଣ ଦର୍ଶକ ଙ୍କୁ ହସ ର ଖୋରାକ ଦେଇଥିଲା। ପରେ ଗୋଟିପୁଅ ନୃତ୍ୟ ପୁରୀ, ବଜାସାଲ ଲୋଇସିଙ୍ଗା,ଲାଠି ନୃତ୍ୟ କୋଟପାଡ଼, ଶିବଶକ୍ତି ଡ୍ୟାନ୍ସ ଗ୍ରୁପ କୋଲକାତା, ନାଟରାଜ ଡ୍ୟାନ୍ସ ଗ୍ରୁପ କଟକ, ଛତିଶଗଡ଼ ଡ୍ୟାନ୍ସ ଗ୍ରୁପ ଛତିଶଗଡ଼ ଓ ସ୍ଥାନୀୟ ଅଞ୍ଚଳର ଲୋକ କଳାକାର ଙ୍କ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକ ଙ୍କୁ ବିମୋହିତ କରି ରଖିଥିଲା। ମଞ୍ଚ ସଂଯୋଜନା ରେ ସଞ୍ଜୀବ କୁମାର ପାଢୀ,ମୋହନ ଚରଣ ବିଶି, କ୍ଷୀରସିନ୍ଧୁ ବାଣୁଆ, ପଙ୍କଜ ମୁଖ ଚୌଧୁରୀ,ଶୁଭଶ୍ରୀ ସାହୁ, ଗୀତାଞ୍ଜଳି ରାଉତ ସହଯୋଗ କରିଥିଲେ।ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତି ବିଶେଷ ଓ କଳାହାଣ୍ଡି ଉତ୍ସଵ ରେ ସହଯୋଗ କରିଥିବା ବିଭିନ୍ନ ବିଭାଗ ର କର୍ମକର୍ତ୍ତା ଙ୍କୁ ମାନପତ୍ର ସହ ସମ୍ମାନିତ କରା ଯାଇଥିଲା। ଶେଷରେ ବିଡ଼ିଓ ସ୍ନେହାପ୍ରଭା ମାଝୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ବ୍ଲକ ସ୍ତରୀୟ ଗୁଡହାଣ୍ଡି ଉତ୍ସଵ ରେ ଦିନରାତି ସହଯୋଗ କରିଥିବା କମିଟିର ସଦସ୍ୟ ଓ କୋକସରା ବ୍ଲକ ର ଜନସାଧାରଣ ଙ୍କୁ ଧନ୍ୟବାଦ ଜଣାଇଥିଲେ।

More Stories