Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡାଲଗୁମା ଠାରେ ଲଙ୍କେଶ୍ୱରୀ କ୍ଲବ ଆନୁକୂଲ୍ୟରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ।

କୋକସରା:୧୨/୦୧ କୋକସରା ବ୍ଲକ ଡାଲଗୁମା ପଞ୍ଚାୟତ ଡାଲଗୁମା ଗ୍ରାମରେ ଲଙ୍କେଶ୍ଵରୀ କ୍ଲବ ଆନୁକୂଲ୍ୟରେ ଫୁଟବଲ ତୁର୍ଣ୍ଣାମେଣ୍ଟ ଶୁକ୍ରବାର ଉଦଯାପିତ ହୋଇଯାଇଛି। ବଡଭଟା ଖେଳ ପଡିଆ ଠାରେ ଉଦଯାପିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଜେପି ବରିଷ୍ଠ ନେତା ଜନାର୍ଦନ ପଣ୍ଡା, ସମ୍ମାନିତ ଅତିଥି ଭାବେ ସମାଜସେବୀ ମଧୁ ମହାନ୍ତି,ସ୍ଥାନୀୟ ସରପଞ୍ଚ ଯୋଗିନ୍ଦ୍ର କୁମାର ପଟ୍ଟନାୟକ, ଯାଦବ ସମାଜ ଜିଲ୍ଲା ନେତ୍ରୀ ରଶ୍ମିରେଖା ରାଉତ, ଅଵସର ପ୍ରାପ୍ତ ଶିକ୍ଷକ ଜୟରାମ ଚଣ୍ଡି, ରାମ ପ୍ରସାଦ ଧରୁଆ, ମୁଖ୍ୟ ବକ୍ତା ଭାବେ କଂଗ୍ରେସ ନେତା ମହେନ୍ଦ୍ର କୁମାର ଧରୁଆ,ରାମଚନ୍ଦ୍ର ପାଣିଗ୍ରାହୀ ଉପସ୍ଥିତ ଥିଲେ। ଉଦଯାପନି ମ୍ୟାଚ ଝାର କୁଣ୍ଡାମାଲ ଓ ବଙ୍କାପଳା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଉପସ୍ଥିତ ଅତିଥୀ ଉଦଘାଟନୀ ଉତ୍ସଵ ର ଉଭୟ ଦଳ ର ଖେଳାଳି ଙ୍କ ସହ ପରିଚୟ ପର୍ବ ରେ ସାମିଲ ହୋଇ ଉତ୍ସାହିତ କରିଥିଲେ। ଫାଇନାଲ ଫୁଟବଲ ମ୍ୟାଚ ଅତି ଚିତାକର୍ଷକ ରହିଥିବା ବେଳେ ଝାର କୁଣ୍ଡାମାଲ ଦଳ ୨/୦ ଗୋଲ ରେ ବିଜୟୀ ହୋଇ ଚାମ୍ପିୟାନ ହୋଇଛନ୍ତି। ବିଜେତା ଓ ଉପ ବିଜେତା ଦଳ କୁ ଟ୍ରଫି ସହ ମାନପତ୍ର।ପ୍ରଦାନ କରାଯାଇଛି। ଖେଳ ପରିଚାଳନା ଖେଳ ଶିକ୍ଷକ ଶଙ୍କର ପୋଢ଼, ଚିତ୍ତ ରଞ୍ଜନ ଠାକୁର କରିଥିଲେ। ଲଙ୍କେଶ୍ୱରୀ ଯୁବକ ସଙ୍ଘ ର ସଭାପତି ପବିତ୍ର ନାଗ, ପ୍ରଫୁଲ୍ଲ ଚଣ୍ଡି, ଅମୋଜ ଧରୁଆ, ନିଲମଣି କଟା, ଜୟଦେବ ୟାଦବ, ଗୋବିନ୍ଦ ନାଏକ, ସୌମ୍ୟ ରଞ୍ଜନ ଦାଶ, ଚୈରମେନ ଖରସେଲ ମଦନ ନାଗ ଓ ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ। ଉଦଘାଟନୀ ଖେଳ ଦେଖିବାକୁ ଶତାଧିକ ଦର୍ଶକ ପଡ଼ିଆ ରେ ଉପସ୍ଥିତ ଥିଲେ।

More Stories