Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସହକର୍ମୀ ଶିକ୍ଷକ ଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଏକ୍ସ କେଡର ଶିକ୍ଷକ ସଂଘ।

କୋକସରା:୧୩/୦୧
କୋକସରା ବ୍ଲକ ଏକ୍ସ କେଡର ଶିକ୍ଷକ ସଂଘ ର ଜଣେ ସଦସ୍ୟ କ୍ଷୀରୋଦ ପଣ୍ଡା ଙ୍କ ଗତ ସୋମବାର ଦିନ ନିଜ ଗାଁ ମୂଷାପାଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିଲାଙ୍କୁ ପାଠ ପଢ଼ାଉଥିବା ସମୟରେ ଅସୁସ୍ଥତା ଅନୁଭବ କରି ତଳେ ପଡି ଯାଇଥିଲେ, ସହକର୍ମୀ ଶିକ୍ଷକ ମାନେ ତାଙ୍କୁ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ, ହେଲେ ହୃଦଘାତ ରେ ତାଙ୍କ ମୃତ୍ୟୁ ହୋଇଥିଲା। ଶନିବାର ଦିବଙ୍ଗତ ଶିକ୍ଷକ ଙ୍କ ଅମର ଆତ୍ମାର ସଦଗତି ପାଇଁ କୋକସରା ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ୍ସ କେଡର ଶିକ୍ଷକ ବ୍ଲକ ସଙ୍ଘ ର ସଭାପତି ଗଗନ ବିହାରୀ ପଟ୍ଟନାୟକ ଙ୍କ ସଭାପତିତ୍ୱ ରେ ଏକ ଶୋକ ସଭା ରେ ମୃତ ସହକର୍ମୀ ଶିକ୍ଷକ ଙ୍କ ଫୋଟୋଚିତ୍ର ରେ ପୁଷ୍ପ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସମବେଦନା ଜଣାଇଛନ୍ତି। ଏହି ଶ୍ରଦ୍ଧାଞ୍ଜଳି ସଭା ରେ ଶିକ୍ଷକ ଦେବିସିଂ ମାଝୀ,ତ୍ରିନାଥ ବାଗ, ପରମେ ପଟ୍ଟନାୟକ,ହରିହର ନାଏକ, ହୃଷିକେଶ ରାଉତ, ବିରଞ୍ଚି ବାଗ,ପଦ୍ମନ ସାହୁ, ମୁକ୍ତେଶ୍ଵର ପୁଞ୍ଜି, ଜ୍ୟୋର୍ଟିମୟ ବେହେରା,ବିଜୟ ରାଉତ, ମାରଗୁଣିଆ ନାଗ, ନେତ୍ରାନନ୍ଦ ଧରୁଆ,ତୁଳସୀ ପଟେଲ ପ୍ରମୁଖ ଉପସ୍ଥିତ ରହିଥିଲେ।