Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କ୍ରିକେଟ୍ ପ୍ରିମୀୟର ଲିଗ୍ ର ଶେଷ ପ୍ରି କ୍ଵାଟର ଫାଇନାଲ ମ୍ୟାଚ୍ ରେ ଧର୍ମଗଡ ରୟାଲ୍ ଷ୍ଟାର ବିଜୟୀ

କୋକସରା ୦୨/୧୨:
କଳାହାଣ୍ଡି ଜିଲ୍ଲା, କୋକସରା ବ୍ଲକ, ଖୁଣ୍ଟିଆ ଖେଳ ପଡିଆରେ ଚାଲିଥିବା କ୍ରିକେଟ୍ ପ୍ରୀମୀୟର ଲିଗ୍ ର ଶେଷ
କ୍ଵାଟର ଫାଇନାଲ ମ୍ୟାଚ୍ ରୟାଲ ଷ୍ଟାର ଧର୍ମଗଡ ଓ ଗଣପତ ଏକାଦଶ ଖମାରଗୁଡା (ଛତିଶଗଡ) ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ ବିଧାୟକ ମୋୖଷଧି ବାଗ ଯୋଗଦାନ କରି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନୀୟ ଅତିଥି ଭାବରେ ଖୁଣ୍ଟିଆ ଗ୍ରାମ ପଞ୍ଚାୟତ ନାଏବ ସରପଞ୍ଚ କୈଳାସ ଚନ୍ଦ୍ର ସୁନାନୀ, ସମାଜସେବୀ ବଳଦେବ ଦୁର୍ଗା ଯୋଗଦାନ କରି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଆଜିର ମ୍ୟାଚ୍ ରେ ପ୍ରଥମେ ରୟାଲ ଷ୍ଟାର କ୍ରିକେଟ୍ ଦଳ ଧର୍ମଗଡ ଟସ୍ ଜିଣି ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୧୦ ଓଭରରେ ସାତ ୱିକେଟ୍ ବିନିମୟରେ ୯୮ରନ ସଂଗ୍ରହ କରିଥିବା ବେଳେ ଜବାବରେ ଗଣପତ ଏକାଦଶ ନିର୍ଦ୍ଧାରିତ ୧୦ ଓଭରରେ ୮ ୱିକେଟ୍ ବିନିମୟରେ ୮୭ ରନ ସଂଗ୍ରହ କରିଥିଲା। ମ୍ୟାଚ୍ ରେ ରୟାଲ ଷ୍ଟାର ଧର୍ମଗଡ ବିଜୟ ଲାଭ କରିଥିଲା।ଅମ୍ପିଆର ଭାବେ ମସ୍ତକ ସୁନାନି ଓ ଦେବରାଜ ସୁନାନୀ ଖେଳ ପରିଚାଳନା କରିଥିଲେ।ରୁପେନ୍ଦ୍ର ସୁନାନୀ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ। ସ୍କୋରବୋର୍ଡ ଦାୟିତ୍ଵରେ ରହିଥିଲେ ଦେବେନ୍ଦ୍ର ଦୁର୍ଗା। ଖେଳ ପରିଚାଳନାରେ ଖୁଣ୍ଟିଆ ଯୁବ ସଙ୍ଗଠନର ଅନିଲ ସୁନାନି,ନବୀନ ସୁନାନୀ,ବସନ୍ତ ସୁନାନୀ,ରଥ ଦୁର୍ଗା , ସିମାଞ୍ଚଲ୍ ସୁନାନୀ, ଶ୍ୟାମ ଦୁର୍ଗା, ବିକ୍ରମ ଦୁର୍ଗା, ମଞ୍ଜିତ ଦୁର୍ଗା, ସୁରଜ୍ ଦୁର୍ଗା, ଦୁର୍ଯ୍ୟଧନ ସାଗର, ସୁଶିଲ ସୁନାନୀ,ବିକାଶ ଦୁର୍ଗା ,ଦୀପକ ସୁନାନୀ, ହରେସ ସୁନାନୀ ପ୍ରମୁଖ ସହଯୋଗ କରିଥିଲେ।