Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୫ ଫୁଟ ଗଭୀର କୂଅ ଭିତରକୁ ଖସି ବୃଦ୍ଧଙ୍କ ମୃତ୍ୟୁ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ଅଞ୍ଚଳରେ ଜନୈକ ବ୍ୟକ୍ତି କୂଅରେ ପଡିଯିବାରୁ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଖଜୁରୀପଡା ଥାନା ଅନ୍ତର୍ଗତ ଦୁତିମେଣ୍ଡି ପଞ୍ଚାୟତ ଲାମ୍ବାଗୁଡ୍ରି ଗ୍ରାମର ଗଙ୍ଗାଧର ଭୋଇ(୫୫) । ଗଙ୍ଗାଧର ଅସାବଧାନତା ବଶତଃ ନିଜ ଘର ପାଖରେ ଥ‌ିବା ପ୍ରାୟ ୨୫ ଫୁଟ ଗଭୀର ଏକ କୂଅ ଭିତରୁକୁ ଖସି ପଡିଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଖଜୁରୀପଡା ମେଡ଼ିକାଲରେ ଭର୍ତି କରିଥିଲେ। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ପୁଲିସ ଶବ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ମୃତକଙ୍କ ପୁଅ ପ୍ରତାପ ଭୋଇଙ୍କ ଲିଖିତ ଏତଲା ଆଧାରରେ ଖଜୁରୀପଡା ଥାନାରେ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।