Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆହତ ସମ୍ବର କୁ ଉଦ୍ଧାର କରି ଜଙ୍ଗଲ ବିଭାଗ କୁ ହସ୍ତାନ୍ତର କଲେ ଗ୍ରାମବାସୀ।

କୋକସରା:୧୪/୦୧ ସାହାଜଖୋଲ ଜଙ୍ଗଲ ରୁ କୋକସରା ବ୍ଲକ ଟେମରା ସିର୍ଲିଗୁଡା ଗ୍ରାମ ନିକଟରେ ଥିବା ମେଗାଲିଫ୍ଟ କେନାଲ ରେ ବିଳମ୍ବିତ ରାତିରେ ପଡିଯାଇଥିବା ବେଳେ କେନାଲ ରୁ ଆଉ ବାହାରି ନପାରି କେନାଲ ପାଣି ରେ ରାତିରେ ରହି ଅସୁସ୍ଥ ହୋଇ ରହିଥିବା ସମ୍ବର କୁ ରବିବାର ସକାଳେ ନିକଟସ୍ଥ ଗ୍ରାମବାସୀ ଉଦ୍ଧାର କରି ବେହେରା ଫରେଷ୍ଟ ସେକ୍ସନ କର୍ମଚାରୀ ଙ୍କୁ ଖବର ଦେବାପରେ ଫରେଷ୍ଟ କର୍ମଚାରୀ ପହଞ୍ଚି ଆହତ ମାଈ ସମ୍ବରକୁ ଉଦ୍ଧାର କରି ଅସୁସ୍ଥ ଥିବା କାରଣରୁ କୋକସରା ପ୍ରାଣୀ ଚିକିତ୍ସାଳୟ କୁ ଆଣି ପ୍ରାଥମିକ ଚିକିତ୍ସା କରିବା ପରେ ବେହେରା ଫରେଷ୍ଟ ରେଞ୍ଜ ସେକ୍ସନ ରେ ନେଇ ରଖିଛନ୍ତି ଓ ସମ୍ବର ଟି ସମ୍ପୂର୍ଣ୍ଣ ସୁସ୍ଥ ହେବାପରେ ଜଙ୍ଗଲ ରେ ଛଡ଼ାଯିବା ନେଇ ଫରେଷ୍ଟର ସୂଚନା ଦେଇଛନ୍ତି।

More Stories