Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉପାନ୍ତ ଅଞ୍ଚଳ ରେ ଖୋଲିଲା, ପିଡ଼ିଏସ ଗୋଦାମ, ନାଚିଗାଇ ଖୁସି ମନାଇଲେ ଗ୍ରାମବାସୀ

କୋକସରା:୧୪/୦୧ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ର ଡୁଡୁକାଠେଙ୍ଗା ପଞ୍ଚାୟତ ର ଜଙ୍ଗଲ ପରିବେଷ୍ଟିତ ଉପାନ୍ତ ଗ୍ରାମ ଧୋବେନ ଚଞ୍ଚରା ର ପିଡ଼ିଏସ ହିତାଧିକାରୀ ଙ୍କୁ ପିଡ଼ିଏସ ସାମଗ୍ରୀ ପାଇଁ ଦିର୍ଘ ୫ କିମି ପଞ୍ଚାୟତ କୁ ଯିବାକୁ ପଡୁଥିଲା, ପଞ୍ଚାୟତ ର ସରପଞ୍ଚ ହରିପ୍ରିୟା ନାଗ ଏହି ଗାଁ ରେ ଗୋଦାମ ଗୃହ ନିର୍ମାଣ ପାଇଁ ପ୍ରଶାସନ କୁ ଅନୁରୋଧ କରିଥିଲେ।ଫଳ ସ୍ୱରୂପ ଆଜି ପିଡ଼ିଏସ ଗୋଦାମ ନିର୍ମାଣ ହୋଇ ଉଦଘାଟିତ ହୋଇଯାଇଛି। ଆଜି ଉଦଘାଟନୀ କାର୍ଯ୍ୟକ୍ରମ ରେ ଗ୍ରାମ ର ଶତାଧିକ ମହିଳା ଓ ଗ୍ରାମବାସୀ ମାନେ ଅତିଥି ଙ୍କୁ ଜୋରଦାର ସ୍ୱାଗତ ସମ୍ବର୍ଦ୍ଧନା ଦେଇ ନାଚିଗାଇ ପାଛୋଟି ଆଣିଥିଲେ।ସ୍ଥାନୀୟ ସରପଞ୍ଚ ହରିପ୍ରିୟା ନାଗ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ,ମୁଖ୍ୟ ବକ୍ତା ଭାବେ ଆମପାଣି ଯୋନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ,ଜିଲ୍ଲା ପରିଷଦ ସଦସ୍ୟ ଧର୍ମଗଡ଼ ବ୍ଲକ ଶଙ୍କର ଜୁଏଡ଼, ନାଏକ ସରପଞ୍ଚ ଖଗେଶ୍ବର ବାଣୁଆ ଓ ଅନ୍ୟ ନେତୃବୃନ୍ଦ ଉପସ୍ଥିତ ରହି ଗୋଦାମ ଗୃହ ଉଦଘାଟନ କରିଛନ୍ତି। ଉପସ୍ଥିତ ଅତିଥିମାନେ ସ୍ଥାନୀୟ ସରପଞ୍ଚ ହରିପ୍ରିୟା ନାଗ ଙ୍କ ପ୍ରଚେଷ୍ଟା ରେ ଗୋଦାମ ଗୃହ ହୋଇଥିବା ଓ ହିତାଧିକାରୀ ଉପକୃତ ହେବେ ବୋଳି ନେତୃବୃନ୍ଦ ମତ ଦେଇଥିଲେ।ମଞ୍ଚ ସଂଯୋଜନା ଖଗେଶ୍ବର ପାଣିଗ୍ରାହୀ କରିଥିବା ବେଳେ ଦେବିସିଂ ନାଗ, ମଣି ରାମ ବାଣୁଆ, ପିଇଓ କିଶୋର ଚନ୍ଦ୍ର ନାଏକ,ଯୋଗାଣ ସହାୟକ ଚନ୍ଦ୍ର ମଣି ବେଶ୍ରା,ଗୌରୀ ଖମାରି, ଦେବିସିଂ ନାଗ, ରିତା କଟା, ସନମତି ପୁଝାରି ଓ ଗ୍ରାମବାସୀ ମାନେ ସହଯୋଗ କରିଥିଲେ।

More Stories