ନୂଆ-ଓ କାର୍ଯ୍ୟକ୍ରମକୁ ନେଇ ତେଜିବାରେ ଲାଗିଛି ଛାତ୍ର ଅସନ୍ତୋଷ, ପରୀକ୍ଷା ବନ୍ଦ କରାଯାଇ କରାଯାଉଛି ନାଚଗୀତ: ଛାତ୍ର-ଛାତ୍ରୀ


ଭୁବନେଶ୍ୱର: ଆଗକୁ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏହା ପୂର୍ବରୁ ରାଜ୍ୟରେ ସଂପ୍ରତି ମୋ ଓଡିଶା ଓ ନବୀନ ଓଡିଶା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏ ନେଇ ଫାଇଭ ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ଆଗମନ ପାଇଁ କଲେଜମାନଙ୍କରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏ ନେଇ ଛାତ୍ର-ଛାତ୍ରୀମାନଙ୍କୁ ଗାଈ ଗୋରୁଙ୍କ ପରି ଆୟୋଜନସ୍ଥଳକୁ ବୁହା ହେଉଛି । ଯାହାକୁ ନେଇ ବିବାଦ ମୁଣ୍ଡ ଟେକିଲାଣି । ଖୋଦ୍ ପିଲାମାନେ ମଧ୍ୟ ବିରୋଧ କଲେଣି । ପାଣ୍ଡିଆନ ଆମ ଭବିଷ୍ୟତ ସହ ଖେଳୁଥିବା ଖୋଲାଖୋଲି କହୁଛନ୍ତି ଛାତ୍ର-ଛାତ୍ରୀ । ଆଉ ଏହି ବିବାଦ ଆହୁରି ଜୋର ଧରିଛି ଯେତେବେଳେ ଗଙ୍ଗାଧର ମେହେର କଲେଜ(ଜିଏମ) ପରୀକ୍ଷା ତାରିଖ ଘୁଂଚାଇ ଛାତ୍ର-ଛାତ୍ରୀମାନଙ୍କୁ କାର୍ଯ୍ୟକ୍ରମକୁ ଆସିବା ପାଇଁ ନିର୍ଦ୍ଦେଶ ଦିଆଗଲା।

ସୂଚନା ଅନୁଯାୟୀ, ଜିଏମ କଲେଜରେ ଜାନୁଆରୀ ୧୩ରେ ସେମିଷ୍ଟର ହେବାର ଥିଲା । କିନ୍ତୁ କାର୍ଯ୍ୟକ୍ରମ ପାଇଁ ତାରିଖ ଘୁଂଚାଇ ଦିଆଯାଇଛି । ପ୍ରତି କ୍ଲାସରୁ ୬୦ରୁ ଅଧିକ ଛାତ୍ର-ଛାତ୍ରୀ ଆସିବାକୁ କୁହାଯାଇଥିଲା । ନୋଟିସ୍ ଜରିଆରେ ପିଲାମାନଙ୍କୁ ଅବଗତ କରାଇ ଦିଆଗଲା ଯେ, ପରୀକ୍ଷା ଘୁଂଚା ଯାଇଛି ଆଉ ପିଲାମାନେ ପ୍ରୋଗ୍ରାମରେ ଯେମିତି ହେଲେ ସାମିଲ୍ ହେବେ । ଜିଏମ କଲେଜର ଜଣେ ଛାତ୍ର କହିଛନ୍ତି, ପାଣ୍ଡିଆନ ବାବୁ ତ ଆଇଏଏସ ଅଫିସର ହୋଇଗଲେ । କିନ୍ତୁ ଯେତେବେଳେ ବାକି ଛାତ୍ର-ଛାତ୍ରୀମାନଙ୍କର ପଢିବା ସମୟ ଆସିଲା, ସେହି ସମୟରେ ପାଣ୍ଡିଆନ ନିଜର ରାଜନୀତି ପାଇଁ ନିଜର ସ୍ୱାର୍ଥ ପାଇଁ ପରୀକ୍ଷା ଘୁଂଚାଇ ପିଲାଙ୍କର ଭବିଷ୍ୟତ ସହ ଖେଳୁଛନ୍ତି । ପରୀକ୍ଷା ସମୟରେ ପିଲାମାନେ ଚାପରେ ଥାଆନ୍ତି । ସେ ସମୟରେ ଏମାନେ ପିଲାଙ୍କୁ ନେଇ ରାଜନୀତ ପାଇଁ ନାଚ ଗୀତ କାର୍ଯ୍ୟକ୍ରମ କରାଉଛନ୍ତି । ତେଣୁ ପାଣ୍ଡିଆନ ବାବୁ ନିଜର ରାଜନୀତି ପାଇଁ ପିଲାଙ୍କ ଭବିଷ୍ୟତ ସହ ଖେଳିବା କେତେ ଦୂର ଠିକ୍ । ପ୍ରତ୍ୟେକ ବିଭାଗର ଶିକ୍ଷକମାନେ ପ୍ରତି ବିଭାଗରୁ ୬୦ରୁ ଅଧିକ ପିଲା ପ୍ରୋଗ୍ରାମକୁ ଯିବା ପାଇଁ ନୋଟିସ୍ ଦେଲେ । ପିଲାମାନଙ୍କୁ ବାଧ୍ୟ କରାଯାଉଛି ଯେ, ତୁମେ ନିଜର ପରୀକ୍ଷା ଛାଡି ଶାସକ ଦଳର ରାଜନୀତି କାର୍ଯ୍ୟକ୍ରମରେ ସାମିଲ୍ ହୁଅ, ନାଚଗୀତ ଦେଖ ଆଉ ନିଜର କ୍ୟାରିୟର ବରବାଦ କର ।

ଅନ୍ୟ ଜଣେ ଛାତ୍ରୀ କହିଛନ୍ତି, ପରୀକ୍ଷା ଥିବାରୁ ଏମିତି କାର୍ଯ୍ୟକ୍ରମ କରାଯିବାର କୌଣସି ଯଥାର୍ଥତା ନାହିଁ । ପରୀକ୍ଷା ବନ୍ଦ କରାଇ ପିଲାମାନଙ୍କୁ ନେଇ ପ୍ରୋଗ୍ରାମ କରୁଛନ୍ତି । ଏମିତି ପ୍ରୋଗ୍ରାମରେ ପିଲାମାନଙ୍କର କଣ ବିକାଶ ହେବ ବୋଲି ଛାତ୍ରଛାତ୍ରୀମାନେ ପ୍ରଶ୍ନ କରିଛନ୍ତି । ଯେଉଁ ସମୟରେ ଛାତ୍ର-ଛାତ୍ରୀମାନେ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛେ ସେହି ସମୟରେ ପିଲାମାନଙ୍କୁ ନେଇ ରାଜନୀତି କରିବା କେତେ ଦୂର ଠିକ୍ ବୋଲି ପ୍ରଶ୍ନ ଉଠିଛି । କେବଳ ଜିଏମ ନୁହେଁ ଏମିତି ରାଜ୍ୟର ଅନେକ କଲେଜରେ ପରୀକ୍ଷା ବନ୍ଦ କରାଯାଇ ଏମିତି ନାଚ ଗୀତ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ଛାତ୍ରଛାତ୍ରୀମାନ ଅଭିଯୋଗ କରିଛନ୍ତି । ଏମିତି ହେଲେ ପରୀକ୍ଷା ରେଜଲ୍ଟ ଖରାପ କାର୍ଯ୍ୟକ୍ରମରେ ଅଶ୍ଳୀଳ ନୃତ୍ୟ କରାଯାଉଥିବା ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଛି।