Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇନ୍ଦ୍ରାବତୀ ବାମ କେନାଲ କୁସୁମଖୁଣ୍ଟି ବାମ କେନାଲ ଡିଭିଜନ ପକ୍ଷରୁ ପାଣି ପଞ୍ଚାୟତ ପକ୍ଷ ପାଳନ।

କୋକସରା:୧୬/୦୧ ଓଡିଶା ସରକାରଙ୍କ ଜଳ ସମ୍ପଦ ବିଭାଗ ପକ୍ଷରୁ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଉପର ଇନ୍ଦ୍ରାବତୀ ବାମ କେନାଲ କୁସୁମଖୁଣ୍ଟି ଡିଭିଜନ ପ୍ରଭାଗ ନମ୍ବର ୧ ଆନୁକୂଲ୍ୟ ରେ ମଙ୍ଗଳବାର ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଇଛି।କୁସୁମଖୁଣ୍ଟି ଅଧିକ୍ଷଣ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ପରିସର ରେ ପାଣି ପଞ୍ଚାୟତ ପକ୍ଷ ପାଳନ କାର୍ଯ୍ୟକ୍ରମ ରେ କୁସୁମଖୁଣ୍ଟି ବାମ କେନାଲ ଅଧିକ୍ଷଣ ଯନ୍ତ୍ରୀ ତ୍ରୁପ କୁମାର ପାତ୍ର ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ମୋୖଷଧି ବାଗ, ମୁଖ୍ୟ ବକ୍ତା ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ସମ୍ମାନିତ ଅତିଥି ଭାବେ କୋକସରା ବିଇଓ ରଶ୍ମିତା ନେତମ,ଏବିଇଓ ଆଲୋରାଣୀ ହଲଦାର, ଦେଉଣ୍ଡି ପାଣି ପଞ୍ଚାୟତ ସମ୍ପାଦିକା ମହିଳା ଚାଷି ସୌଦାମିନୀ ସାହୁ ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଅମୋଜ ପଣ୍ଡା ଓ ବିଭିନ୍ନ ପାଣି ପଞ୍ଚାୟତ ର କର୍ମକର୍ତ୍ତା ମାନେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା।ଏହି ଅବସର ରେ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ପାତ୍ର ଇନ୍ଦ୍ରାବତୀ ବାମ କେନାଲ ଅଧୀନରେ ଥିବା ଜୟପାଟଣା, କୋକସରା, କଲମପୁର,ଜୁନାଗଡ଼ ଓ ଧର୍ମଗଡ଼ ବ୍ଲକ ର ମୋଟ ୧୧୧ ପାଣି ପଞ୍ଚାୟତ ର ମୋଟ ୩୯ ହଜାର ୮୩୦ ହେକ୍ଟର ପାଖାପାଖି ୧ ଲକ୍ଷ ଚାଷଜମି କୁ ବାମ କେନାଲ ରୁ ଜଳସେଚନ ହେଉଥିବା ଓ ଜଳସେଚନ ର ସୁପରିଚାଳନା ପାଇଁ ପାଣି ପଞ୍ଚାୟତ ଓ ଚାଷି ଙ୍କ ସହଯୋଗ କାମନା କରିଥିଲେ।ସେହିପରି ବିଧାୟକ ଓ ମୁଖ୍ୟ ଅତିଥି ମଧ୍ୟ ବାମ କେନାଲ ଓ ମେଗାଲିଫ୍ଟ କେନାଲ ଆମ ଅଞ୍ଚଳ ର ଚାଷି ଙ୍କ ପାଇଁ ଗଙ୍ଗା ବରଦାନ ସଦୃଶ, ଭୋକ ର ଭୁଗୋଲ ପାଇଥିବା ଆମ ଜିଲ୍ଲା ଆଜି ସବୁଜ ସଫଳ ହୋଇଛି ବୋଳି ମତ ଦେଇଥିଲେ।ତେବେ କିଛି ପାଣି ପଞ୍ଚାୟତ ର ସଦସ୍ୟ ମାନେ ଜଳସେଚନ ର ସୁପରିଚାଳନା ରେ ବିଭାଗୀୟ ଅବହେଳା କୁ କାରଣରୁ ଉପର ମୁଣ୍ଡ ରୁ ତଳ ମୁଣ୍ଡ କୁ ଜଳସେଚନ ରେ ଅନେକ ଅସୁବିଧା ହେଉଥିବା ନେଇ ଅଭିଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଛାତ୍ରଛାତ୍ରୀ ଙ୍କ ସମେତ ୪ ଜଣ ସଫଳ ଚାଷି ଦିଲୀପ ବେହେରା, ଅଜୟ ବେହେରା, ନୀଳମଣି ପୁଞ୍ଜି ,ଜିତେନ୍ଦ୍ର ପ୍ରଧାନ ଙ୍କୁ ଧାନ ଚାଷ ରେ ଉଲ୍ଲେଖଯୋଗ୍ୟ ସଫଳତା ପାଇଁ ମାନପତ୍ର ସହ ପୁରସ୍କୃତ କରାଯାଇଛି। ପାଣି ପଞ୍ଚାୟତ ସଭାପତି ଆଦିତ୍ୟ କୁମାର ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିବା ବେଳେ କୁସୁମଖୁଣ୍ଟି ବାମ କେନାଲ ଡିଭିଜନ ର କର୍ମଚାରୀ ମାନେ ସହଯୋଗ କରିଥିଲେ

More Stories