Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମେଗାଲିଫ୍ଟ କେନାଲରୁ ଜଳସେଚନ ଦାବି ରେ ଚାଷୀଙ୍କ ଦାବିପତ୍ର

କୋକସରା:୧୭/୦୧
କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବୋଡେ଼ନ ଗ୍ରାମ ପଞ୍ଚାୟତର ଅଏଁଲାଜୋର ଗାଁର ଚାଷୀ ସମୂହ ମେଗାଲିଫ୍ଟ କେନାଲରୁ ଜଳସେଚନ ବ୍ୟବସ୍ଥା ପାଇଁ ମଙ୍ଗଳବାର ବିଭାଗୀୟ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଅଏଁଲାଜୋର ଡିଏମ୍-୧୩ ଏ କେନାଲ ନିକଟ ଚାଷଜମି ହୋଇଥିଲେ ମଧ୍ୟ ଅଏଁଲାଜୋର ଗ୍ରାମର ଚାଷୀ ଜଳସେଚନରୁ ବଞ୍ଚିତ ହେଉଛନ୍ତି।ଏଣୁ ଆଜି ଚାଷୀମାନେ ଏକତ୍ରିତ ହୋଇ କୁସୁମଖୁଣ୍ଟି ସ୍ଥିତ ଇନ୍ଦ୍ରାବତୀ ଉଠା କେନାଲ ବିଭାଜନ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ନିର୍ବାହୀ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ କନିଷ୍ଠ ଯନ୍ତ୍ରୀ ଲଲାଟେନ୍ଦୁ ସାହୁ ଙ୍କୁ ଚାଷୀମାନେ ଦାବିପତ୍ର ପ୍ରଦାନ କରିଛନ୍ତି। ଏବଂ ଡିଏମ୍-୧୩ ଏ କେନାଲ ନିକଟର ଅଣ ଜଳସେଚିତ ଚାଷୀଙ୍କ ଜମିରେ ଜଳସେଚନ ବ୍ୟବସ୍ଥା କରିବା ପାଇଁ ଦାବି କରିଛନ୍ତି। ଏହି ଦାବିପତ୍ର ପ୍ରଦାନ ସମୟରେ ଚାଷୀ କ୍ଷୀରୋଦ କୁମାର ଗୋପାଲ, ହୃଷୀକେଶ ସାହୁ, ଭାସ୍କର ଭଇଁସାଲ, ପ୍ରେମଲାଲ ଭଇଁସାଲ, ଲୋକେଶ୍ୱର ଗୋପାଲ, ଅନ୍ତ ପୁଞ୍ଜି, ଘାସିରାମ ଭଇଁସାଲ, କୁରୁକ୍ଷେତ୍ର ଗହିର, ଟିକେଶ୍ୱର ଭଇଁସାଲ, ଗଜପତି ନାଗ, ଗୁଣଧର ଚଣ୍ଡି, ଦୟ ମାଝୀ, ଗୁଣଧର ବାଗ ସମେତ ଶତାଧିକ ଚାଷୀ ଉପସ୍ଥିତ ରହିଥିଲେ । ଏନେଇ ନିର୍ବାହୀ ଯନ୍ତ୍ରୀଙ୍କ ପ୍ରତିକ୍ରିୟା ନେବାରୁ ଯଦି ସେମାନଙ୍କ ଚାଷଜମି ମେଗାଲିଫ୍ଟ ଆଇକଟ ଏରିଆ ମଧ୍ୟରେ ରହିଛି ତା’ହେଲେ କ୍ଷେତ୍ର ପରିଦର୍ଶନ ପରେ ଜଳସେଚନ ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତିି। ଯଦି ଜଳସେଚନ ନେଇ କୌଣସି ବ୍ୟବସ୍ଥା ଗ୍ରହଣ ନକଲେ ଚାଷି ସମୁହ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି।

More Stories