Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜବାହାର ଉଚ୍ଚ ବିଦ୍ୟାଳୟ ରେ ଭାଷା ସାହିତ୍ୟ ଓ ସୃଜନଶୀଳତା ଉତ୍ସଵ ଅନୁଷ୍ଠିତ।

କୋକସରା:୧୮/୦୧ ଉଚ୍ଚ ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀ ଙ୍କୁ ଭାଷା ସାହିତ୍ୟ ଓ ସୃଜନଶୀଳତା ବିଷୟରେ ଜ୍ଞାନ ଆହରଣ କରିବା ଉଦ୍ଦେଶ୍ୟରେ ଶିକ୍ଷା ବିଭାଗ ପକ୍ଷରୁ ଭାଷା ସାହିତ୍ୟ ଓ ସୃଜନଶୀଳତା ଉତ୍ସଵ ଆୟୋଜନ କରାଯାଉଛି। ଗୁରୁବାର କୋକସରା ସଦର ମହକୁମାର ଜବାହାର ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତାରେ ପ୍ରାରମ୍ଭ ରେ ଅଗ୍ରଦେଵ ଗଣେଶ ଙ୍କୁ ପୂଜାର୍ଚ୍ଚନା ଓ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ଅନୁଷ୍ଠିତ ଉତ୍ସଵ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ମୁଖ୍ୟ ବକ୍ତା ଭାବେ ବିଇଓ ରଶ୍ମିତା ନେତମ,ପ୍ରଧାନ ଶିକ୍ଷକ ଲଡୁଗାଁ ଉଚ୍ଚ ବିଦ୍ୟାଳୟ ଅଶୋକ କୁମାର ଦାସ,ସମ୍ମାନିତ ଅତିଥି ଭାବେ ବରିଷ୍ଠ ଶିକ୍ଷା ବିଦ ମିନିକେତନ ପ୍ରଧାନୀ, ଅଵସର ପ୍ରାପ୍ତ ଶିକ୍ଷକ ଜଗବନ୍ଧୁ ମାଝୀ,ଏସଏମଡିସି ସଦସ୍ୟ ତ୍ରିଭୁବନ ନାଏକ, ଆଲୁମିନା ପରମାନନ୍ଦ ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଆ ଭାଷା ସାହିତ୍ୟ ଓ ସୃଜନଶୀଳତା କ୍ଷେତ୍ରରେ ପାରିଦର୍ଶିତା ଅର୍ଜନ କରି ନିଜ ସ୍କୁଲ ପାଇଁ ଗୌରବ ଆଣିବାକୁ ଛାତ୍ରଛାତ୍ରୀ ଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସର ରେ ଛାତ୍ରଛାତ୍ରୀ ମାନେ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉପରେ ନିଜର ଆଭିମୁଖ୍ୟ ଅତିଥି ଙ୍କ ନିକଟରେ କହିଥିଲେ। ସୃଜନଶୀଳତା ଉପରେ ବିଭିନ୍ନ ପ୍ରକଳ୍ପ ମୋଡେଲ କରି ଛାତ୍ରଛାତ୍ରୀ ମାନେ ପ୍ରଦର୍ଶିତ କରିଥିଲେ। କାର୍ଯ୍ୟକ୍ରମ କୁ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ।

More Stories