Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିକାଶ ଉଇସଡମ୍ ପାର୍କ ପରିସରରେ ଇଷ୍ଟ ଜୋନ ଇନଟର ୟୁନଭରସିଟି ସ୍ତରୀୟ ଖୋ ଖୋ ପ୍ରତିଯୋଗିତା ଉଦଘାଟନ।

କଳାହାଣ୍ଡି:୧୮/୦୧ ବିକାଶ ଉଇସଡମ୍ ପାର୍କରେ ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ , କଳାହାଣ୍ଡି ର ଆନୁକୁଲ୍ୟରେ ଓ ବିକାଶ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ ର ସହଯୋଗରେ ଇଷ୍ଟ ଜୋନ ୟୁନିଭରସିଟି ଖୋ ଖୋ ପ୍ରତିଯୋଗିତା ଉଦ୍ଘାଟିତ ହୋଇ ଯାଇଛି। ଉଦ୍ଘାଟନୀ ଉତ୍ସବରେ ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ମେଜର ଡ଼ ଜୟଦେବ ସାହୁ, ସ୍ପୋର୍ଟସ କାଉନସିଲ ଅଧ୍ୟକ୍ଷ ଡ ଘନଶ୍ୟାମ ବେହେରା, ବିକାଶ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ ଭବାନୀପାଟଣା ର ନିର୍ଦ୍ଦେଶକ ଡି.ରାମ କୁମାର, ଅନ୍ୟତମ ନିର୍ଦ୍ଦେଶକ ଡି.ଶ୍ୟାମ, ଏକାଡେମୀକ ଇନ୍ ଚାର୍ଜ ଶ୍ରୀମତୀ ଡି.ବିଜୟା ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ପ୍ରତିଯୋଗିତାରେ ସାତଗୋଟି ରାଜ୍ୟ – ଉତ୍ତର ପ୍ରଦେଶ , ବିହାର , ଝାଡ଼ଖଣ୍ଡ, ପଶ୍ଚିମ ବଙ୍ଗ, ମଣିପୁର, ତ୍ରିପୁରା ଓ ଓଡ଼ିଶାର ୩୯ ଟି ବିଶ୍ଵବିଦ୍ୟାଳୟରୁ ପ୍ରାୟ ୫୦୦ ପ୍ରତିଯୋଗୀ ଅଂଶ ଗ୍ରହଣ କରିଛନ୍ତି । ପ୍ରଥମେ ମଶାଲ ଶୋଭାଯାତ୍ରା ଓ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଶ୍ରୀଯୁକ୍ତ ଆଦିତ୍ୟ ପ୍ରଧାନ ଖେଳାଳିଙ୍କୁ ଶପଥ ପାଠ କରାଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ନିମନ୍ତେ ଶ୍ରୀ ରବି ନାରାୟଣଙ୍କ ତତ୍ତ୍ଵାବଧାନରେ ୨୫ ଜଣ ଅଫିସିଆଲ୍ ନିଯୁକ୍ତ ହୋଇଥିଲେ । ପରିଶେଷରେ ଶ୍ରୀ କୈଳାଶ ଚନ୍ଦ୍ର ଦାସ ଆସିଷ୍ଟାନସ ପ୍ରଫେସର , ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ଧନ୍ୟବାଦ୍ ଅର୍ପଣ କରିଥିଲେ।

More Stories