Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାନସ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ,ସର୍ଗିଗୁଡା ଚାମ୍ପିୟାନ।

କୋକସରା:୨୦/୦୧
କୋକସରା ବ୍ଲକ ଡହଗାଁ ଠାରେ ମାନସ ମେମୋରିଆଲ ଷଷ୍ଠ ଦିବସୀୟ ଫୁଟବଲ୍ ପ୍ରତିଯୋଗିତାର ଫାଇନାଲ ଖେଳ ଶୁକ୍ରବାର ଅନୁଷ୍ଠିତ ହୋଇଛି। ଫାଇନାଲ ମ୍ୟାଚ ଡ଼ହଗାଁ ଓ ସର୍ଗିଗୁଡା ଫୁଟବଲ୍ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସର୍ଗିଗୁଡା ଟିମ୍ ୨-୦ ଗୋଲ ସ୍କୋରରେ ଟୁର୍ଣ୍ଣାମେଣ୍ଟର ଚାମ୍ପିଅନ୍ ହୋଇଛି। ରେଫରି ଗଣପତି ପୁଝାରୀ ଖେଳ ପରିଚାଳନା କରିଥିବା ବେଳେ ଲାଇନ୍ସ ମେନ ଭାବେ ଗୋବିନ୍ଦ ପୁଝାରୀ ଓ ପବିତ୍ର ପୁଝାରୀ ଦାଇତ୍ୱ ନିର୍ବାହ କରିଥିଲେ। ଦେବେନ୍ଦ୍ର କୁମାର ପୁଝାରୀ ଓ ବାବୁଲାଲ ଶବର ଅତି ସୁନ୍ଦର ଶବ୍ଦ ସଂଯୋଜନା କରି ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ। ଫାଇନାଲ ଖେଳର ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆନ୍ତର୍ଜାତିକ ଫେସନ ଡିଯାଇନର ଯୁବନେତା ସୁଜିତ ମେହେର,ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଉପାଧ୍ୟକ୍ଷା ମନିଷା ମିଶ୍ର, ଡ଼ହଗାଁ ପେକ୍ସ ସଭାପତି ବ୍ରଜରାଜ ନାଏକ, ବାୟବ୍ୟ ବାଗ, ମାଙ୍ଗେଲାର ନାଏକ, ବିନୋଦ ଦାସ,ସମାଜସେବୀ ବିବେକ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଉଭୟ ବିଜେତା ସର୍ଗିଗୁଡ଼ା ଓ ଉପବିଜେତା ଡହଗାଁ ଦଳକୁ ଅତିଥି ମାନଙ୍କ ଦ୍ୱାରା ଟ୍ରଫି ସହିତ ପୁରସ୍କାର ପ୍ରଦାନ କରାଯାଇଥିଲା। ଲଙ୍କେଶ୍ୱରୀ କ୍ଳବ ଡହଗାଁର ସଭାପତି ମହେନ୍ଦ୍ର କୁମାର ଦାସ, ସମ୍ପାଦକ ରାମକୃଷ୍ଣ ପୁଝାରୀ, କୋଷାଧ୍ୟକ୍ଷ ଦୁଷ୍ମନ୍ତ ବନ୍ଦିଛୋଡ, ଅଜିତ, ମୁନା, ସୁଦର୍ଶନ, ଜୟରାମ, ପତିତପାବନ, ଖଗପତି, ସୁନାଧର, ଚକ୍ରଧର, ଲଳିତ ପ୍ରମୁଖ ଉପସ୍ଥିତ ରହି ରହି ସହଯୋଗ କରିଥିଲେ।

More Stories