Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖୁଣ୍ଟିଆ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ଓଡ଼ିଆ ଭାଷା, ସାହିତ୍ୟ ଓ ସୃଜନଶୀଳତାର ଉତ୍ସବ ଅନୁଷ୍ଠିତ

lକୋକସରା ୨୦/୦୧: କଳାହାଣ୍ଡି ଜିଲ୍ଲା, କୋକସରା ବ୍ଲକ୍ ଅନ୍ତର୍ଗତ ଖୁଣ୍ଟିଆ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ଓଡ଼ିଆ ଭାଷା,ସାହିତ୍ୟ ଓ ସୃଜନଶୀଳତାର ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧାଂଶୁ ଶେଖର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଖୁଣ୍ଟିଆ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ମାଧବୀ ଧରୁଆ, ସମ୍ମାନୀତ ଅତିଥି ଭାବରେ ପୂର୍ବତନ ସରପଞ୍ଚ ଧର୍ମବ୍ରତ ପଣ୍ଡା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅମିନ ରଣା, ସଦସ୍ୟ ପଦ୍ମବନ ବେମାଲ ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କ ଓଡ଼ିଆ ଭାଷା,ସାହିତ୍ୟ ଓ ସୃଜନଶୀଳତାର ବିକାଶ ଉପରେ ନିଜ ନିଜ ବକ୍ତବ୍ୟ ରଖିଥିଲେ। ମନିଷା ସୁନାନୀ, ଭୂମିସୂତା ବିଶି ଓ ଆରତୀ ସୁନାନି ସ୍ବାଗତ ସଙ୍ଗୀତ ପରିବେଷଣ କରିଥିବା ବେଳେ ଛାତ୍ର ଛାତ୍ରୀ ମାନଙ୍କ ଗଳ୍ପ, କବିତା, କ୍ରୀଡା ସମ୍ବନ୍ଧୀୟ ଲେଖା ସମସ୍ତଙ୍କ ମନଛୁଆଁ ହୋଇପାରିଥିଲା। ବିଜ୍ଞାନ ଶିକ୍ଷକ ଶ୍ରୀକାନ୍ତ ମେହେରଙ୍କ ତତ୍ତ୍ଵାବଧାନରେ ଦଶମ ଶ୍ରେଣୀ ଛାତ୍ର ଚିନ୍ତାମଣି ଖର୍ସେଲଙ୍କ ଦ୍ଵାରା ପ୍ରସ୍ତୁତ ଏକ.ଏନି ମେଶନ ଭିଡ଼ିଓ ଅତ୍ୟନ୍ତ ଆକର୍ଷଣୀୟ ହୋଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ଲିଲାମ୍ୱର ଛତ୍ରିଆ ସଂଯୋଜନା କରିଥିବା ବେଳେ ଶିକ୍ଷକ ନିଦାମ ସୁନାନୀ, ଅଜିତ୍ କୁମାର ଥଇଥ୍, ରବି ପ୍ରସାଦ ଦାସ, ଦୁଷ୍ମନ୍ତ କୁମାର ନାଏକ, କିଶୋର କୁମାର ସାହୁ, ବାସନ୍ତୀ ସୁନାନୀ, ଚିତ୍ରା ନାଏକ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନାରେ ସହଯୋଗ କରିଥିଲେ।

More Stories