Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟେମରା ଠାରେ ଭତରା ସମାଜ ର ସାଙ୍ଗଠାନିକ ବୈଠକ ଅନୁଷ୍ଠିତ,ସମାଜ କୁ ଶୃଙ୍ଖଳିତ ହେବାକୁ ଆହ୍ୱାନ।

କୋକସରା:୨୦/୦୧ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ପଞ୍ଚାୟତ ଟେମରା ଗ୍ରାମ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।ପ୍ରଥମେ ଭତରା ସମାଜ ର ଆରାଧ୍ୟ ଦେବ ଭୈରବ ଙ୍କ ପୂଜାର୍ଚ୍ଚନା ପରେ ଭତରା ସମାଜ ର ପ୍ରତିଷ୍ଠାତା ସ୍ବର୍ଗତ ମର୍ଦ୍ଧରାଜ ପାତ୍ର ଙ୍କ ସ୍ମୃତି ଚାରଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ପରେ ଟେମରା ଗ୍ରାମ ପଞ୍ଚାୟତ ସରପଞ୍ଚ କ୍ଷିତିରାମ ପାତ୍ର ଙ୍କ ସଭାପତିତ୍ୱ ରେ ଆୟୋଜିତ ସାଙ୍ଗଠାନିକ ସମାବେଶରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଭତରା ସମାଜ ର ସଭାପତି କୈଳାଶ ଚନ୍ଦ୍ର ମାଝୀ,ମୁଖ୍ୟ ବକ୍ତା ଭାବେ ପୂର୍ବତନ ଜିଲ୍ଲା ସଭାପତି ନୀଳକଣ୍ଠ ମାଝୀ, ସମ୍ମାନିତ ଅତିଥି ଭାବେ ସର୍ଵ ଭାରତୀୟ ଉପ ସଭାପତି ଗରୁଡ଼ ଧ୍ଵଜ ମାଝୀ, କୋକସରା ବ୍ଲକ ଭତରା ସମାଜ ସଭାପତି ସୁଧୀର କୁମାର ପାତ୍ର,ବରିଷ୍ଠ ସମାଜ ସେବକ କ୍ଷୀରୋଦ ମାଝୀ,ପୂର୍ବତନ ସମ୍ପାଦକ ସୁଶାନ୍ତ କୁମାର ମାଝୀ, ଜନ ଗଣନା ଅଧିକାରୀ ଲୋକନାଥ ପାତ୍ର।ମଞ୍ଚ ରେ ଉପସ୍ଥିତ ରହି ଭତରା ସମାଜ କୁ ଆଗାମୀ ସମୟରେ ଶିକ୍ଷା,ଦୀକ୍ଷା ସଂସ୍କାର,ଶୃଙ୍ଖଳିତ ସମାଜ ଗଠନ ରେ ସମସ୍ତ ଙ୍କ ସହଭାଗିତାରେ ସମାଜ କୁ ସୁଦୃଢ କରିବାକୁ ମତ ପ୍ରକାଶ କରିଥିଲେ। ମଞ୍ଚ ପରିଚାଳନା ଭତରା ସମାଜ କର୍ମଚାରୀ ସଙ୍ଘ ର ସଭାପତି ତୋଫାନ ମାଝୀ କରିଥିବା ବେଳେ ଭତରା ସମାଜ ର ହେମନ୍ତ ବାଣୁଆ, ଦୁଷ୍ମନ୍ତ କୁମାର ପାତ୍ର, ନୀଳମଣି ମାଝୀ, ରମେଶ ମାଝୀ,କୈଳାଶ ଚଳାନ ପ୍ରମୁଖ କର୍ମକର୍ତ୍ତା ସହଯୋଗ କରିଥିଲେ।ସମାବେଶରେଟେମରା,ବୋବରିଆ,ନୂଆପଡା ଗ୍ରାମର ଶତାଧିକ ସାମାଜିକ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ।