Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧର୍ମଗଡ଼ ଉପଖଣ୍ଡିୟ ୭୫ ତମ ସାଧାରଣତନ୍ତ୍ର ଦିଵସ ପାଳନର ପ୍ରସ୍ତୁତି ବୈଠକ।

କୋକସରା:୨୦/୧/୨୪ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଠାରେ ଉପଖଣ୍ଡ ସ୍ତରୀୟ ୭୫ ତମ ସାଧାରଣତନ୍ତ୍ର ଦିଵସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପଜିଲ୍ଲାପାଳ ବିରଞ୍ଚି ନାରାୟଣ ଦରଓ୍ଵାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ରେ ତହସିଲଦାର ସଂଜୀବ କୁମାର ସାମନ୍ତରାୟ,ଵଡିଓ ଡ,ହିମାଞ୍ଚଲ ମାଝୀ ଏସ,ଡି,ପି,ଓ ଧିରଜ କୁମାର ଚୋପଦା, ଏନ୍ ଏ ସି ନିର୍ବାହୀ ଅଧିକାରୀ ଜୟସେନ ଧାରୁଆ, ଉପଖଣ୍ଡ ଲୋକ ସଂପର୍କ ଅଧିକାରୀ ରମେଶ ଚନ୍ଦ୍ର ସିଂ ପ୍ରମୁଖ ଉପସ୍ଥିତ ଥିଲେ। ଜାତୀୟତା ପତାକା ଉତ୍ତୋଳନ ଓ ପରେଟ ଠାରୁ ଆରମ୍ଭ କରି ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରାଥମିକ ବିଦ୍ୟାଳୟରୁ କଲେଜ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ହେବ। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଵରିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯିବ ବୋଲିି ବୈଠକ ରେ ନିଷ୍ପିତି ନିଆଗଲା। କ୍ରୀଡା ଶିକ୍ଷକ ସନ୍ତୋଷ ପାଣିଗ୍ରାହୀ,ଅଭୟ କୁମାର ଵାଗ ଅଧ୍ୟାପକ ସଞ୍ଜିବ କୁମାର ମୁଣ୍ଡ, ଵରିଷ୍ଟ ସାମ୍ବାଦିକ ବିଦ୍ୟାଧର ସାହୁ, ବିରଞ୍ଚି ନାରାୟଣ ଜାଲ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନ ର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଓ ବିଦ୍ୟୁତ ବିଭାଗର ଓ ଅଗ୍ନି ଵିଭାଗ କର୍ମଚାରୀ ମାନେ ଉପରିସ୍ଥତ ଥିଲେ।

More Stories