Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଦିବାସୀ କନ୍ଧ ପରମ୍ପରା ର ମା ଧରଣୀ ମାଟି ମା ଯାତ୍ରା,ଧରାଣୀପେନୁ କୁ ପୋଢ଼ବଳି, ନାଚିଲେ ଝୁମିଳେ ଆଦିବାସୀ।

କୋକସରା:୨୧/୦୧ ଆଦିବାସୀ ପରମ୍ପରା ରେ ମାଟି ମା ଧରଣୀ ପେନୁ ଙ୍କ ସ୍ଥାନ ସର୍ବାଗ୍ରେ। ଯେ କୌଣସି ଶୁବ ଶୁଭ କାର୍ଯ୍ୟ ପ୍ରାରମ୍ଭ ରେ ଆଦିବାସୀ ମାନେ ମାଟି ମା କୁ ସୁମରଣା କରି ସମସ୍ତ କାର୍ଯ୍ୟ ଆରମ୍ଭ କରନ୍ତି। କୋକସରା ବ୍ଲକ ଡାଲଗୁମା ପଞ୍ଚାୟତ ଛିଲିପାମାଲ ଗ୍ରାମ ରେ ପାଳିତ ହୋଇଛି ମାଟି ମା ଧରଣୀ ଯାତ୍ରା। ଛିଲିପା ମାଲ ଗ୍ରାମ ହେଉଛି କନ୍ଧ ସମ୍ପ୍ରଦାୟର ମାଟି,ମା ଧରଣୀ ଦେବୀ ଙ୍କ ଯାତ୍ରା ଦିର୍ଘ ୨୫ ବର୍ଷ ଅନ୍ତରାଲ ରେ ଛିଲିପାମାଲ ଗ୍ରାମ ରେ ଅନୁଷ୍ଠିତ ହୋଇଥିବା ବେଳେ ଗତ ୨୨ ଡିସେମ୍ବର ରୁ ଏହା ଆରମ୍ଭ ହୋଇ ରବିବାର ପୋଢ଼ ବଳି ସହ ଉଦଯାପିତ ହୋଇଯାଇଛି। ଏହା ଏକ କୃଷି ଭିତ୍ତିକ ପର୍ଵ ହୋଇଥିବା ବେଳେ ଗାଁ ରେ ଭଲ ଫସଲ,ଗାଁ ର ରୋଗଶୋକ ଦୁର ସହ ଗାଁ ର ମଙ୍ଗଳାକାମନା କରି ଏହି ପର୍ଵ ପାଳନ କରାଯାଏ। ଏହି ମାଟି ମା ଧରଣୀ ଦେବୀ ଙ୍କ ପର୍ବ ବଂଶାନୁଗତିକ ଭାବେ ପାଳନ ହୋଇ ଆସୁଥିବା ବେଲେ ଆଦିବାସୀ ପରମ୍ପରା ଓ ମାନସିକତାରେ ଏକ ପ୍ରମୁଖ ଭୁମିକା ରହିଛି । ଛିଲିପାମାଲ ଗ୍ରାମ ର ମା ମାଉଳି ଗ୍ରାମ୍ୟ ପୂଜା କମିଟି ଆୟୋଜନ ରେ ମା ଧରଣୀ ଦେବୀ ଙ୍କ ଅସ୍ଥାୟୀ ଗୁଡି ଗାଁ ର ମଧ୍ୟ ସ୍ଥାନରେ ସ୍ଥାପନା କରି ଦିର୍ଘ ମାସେ ରୁ ଉର୍ଦ୍ଧ ସମୟ ଧରି ପୂଜାର୍ଚ୍ଚନା କରିବା ପରେ ଶେଷ ଦିନ ରେ ମାଟି ମା ଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏକ ପୋଢ଼ କୁ ଗ୍ରାମ ପୁଜକ ଙ୍କ ଘରୁ ପୂଜାର୍ଚ୍ଚନା କରି,ପୋଢ଼ ଦେହରେ ନୂତନ ଶୁକ୍ଳ ରଙ୍ଗର ବସ୍ତ୍ର ଓ ମନ୍ଦାର ଫୁଲ ମାଲ ଦେଇ ଗାଁ ଗୌନ୍ତିଆ ବଳଭଦ୍ର ପଣ୍ଡା,ଗ୍ରାମ୍ୟ ପୁଝାରି ଅଗାଧୁ ପୁଝାରି, ଲକ୍ଷ୍ମଣ ପୁଝାରି, ଗାଁ ଗଣ୍ଡା ଟିକଚନ ଗଣ୍ଡା,ମୁଖ୍ୟ ଜାନି ଅର୍ଜୁନ ଜାନି,ନରିଆ ନିଳାମ୍ବର ନାଗଙ୍କ ତତ୍ୱାବଧାନ ରେ ଶହ ଶହ ସଂଖ୍ୟକ ଆଦିବାସୀ ଯୁବକ ମାନେ ପାରମ୍ପରିକ ବେଶଭୁଷା ଓ ଅସ୍ତ୍ରଶସ୍ତ୍ର ରେ ସଜ୍ଜିତ ହୋଇ ମହୁଲି ନିଶା ରେ ନାଚି ନାଚି ଝୁମି ଝୁମି ବଳି ପଡ଼ିବାକୁ ଥିବା ପୋଢ଼ କୁ ଗ୍ରାମ ରେ ପରିକ୍ରମା ସମୟରେ ଗାଁ ଗୌନ୍ତିଆ, ଗଣ୍ଡା ଘର କୁ ନେଇ ପୂଜାର୍ଚ୍ଚନା କରିବା ପରେ ଗାଁ ନିକଟସ୍ଥ ଏକ ପଡ଼ିଆ କୁ ନେଇ ଧରଣୀ ପେନୁ ଙ୍କ ନିକଟରେ ବଳି ଦେଇ ଅର୍ପଣ କରିଥିଲେ।ପରେ ମୃତ ପୋଢ଼ କୁ ପୂର୍ବରୁ ଖୋଲା ଯାଇଥିବା ଗାତ ରେ ପୋତି ଦିଆ ଯାଇଥିଲା। ଏହି ବଳି ଦେଖିବାକୁ ଆଖପାଖ ଅଞ୍ଚଳର ହଜାର ହଜାର ଜନସାଧାରଣ ନ୍କ ରୁଣ୍ଡ ଦେଖିବାକୁ ମିଳିଥିଲା। ଉଦଯାପିତ କାର୍ଯ୍ୟକ୍ରମ ରେ ଗ୍ରାମ୍ୟ ପୂଜା କମିଟି ପକ୍ଷରୁ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ,ମୁଖ୍ୟ ବକ୍ତା ଭାବେ ଆଦିବାସୀ ସଂସ୍କୃତି ର ଗବେଷକ ତଥା ଅଧ୍ୟାପକ ଐରି ନାସନ ଚିନ୍ଦା,ସମ୍ମାନିତ ଅତିଥି ଭାବେ ବନମାଳୀ ବାଗ, ଶରତ ଚନ୍ଦ୍ର ପଣ୍ଡା, ଦେବେନ୍ଦ୍ର ପଣ୍ଡା, ସମାଜସେବୀ ସଞ୍ଜୟ ସିଂହଲ,ରବି ନାରାୟଣ ଦାସ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ପୂଜା କମିଟି ର ସଭାପତି ରାଧାକାନ୍ତ ହଂସ,ଉପ ସଭାପତି ରୂପାଞ୍ଚଳ ପୁଞ୍ଜି, ସମ୍ପାଦକ ବଳଦେବ ଭୋଇ, ସହ ସମ୍ପାଦକ ଚନ୍ଦ୍ରହାସ୍ୟ ଚିନ୍ଦା, ଶ୍ରୀଧର ମାଝୀ, ପ୍ରଦୀପ କଟା, ପ୍ରବୀର ପଣ୍ଡା, ବିଶ୍ୱନାଥ ଧ. ମାଝୀ, ରାଜେଶ ଖରସେଲ, ନିରଞ୍ଜନ ନାଏକ, ପଙ୍କଜ ଠାକୁର, ଗୋଲାପ ପୁଞ୍ଜି ସମେତ ସ୍ବେଛାସେବୀ ଯୁବକ ମାନେ ସହଯୋଗ କରିଥିଲେ।

More Stories