Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୃପାସିନ୍ଧୁ ସାଂସ୍କୃତିକ ପରିଷଦ ପକ୍ଷରୁ ନିଶୁକ୍ଳ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ।

କୋକସରା:୨୨/୦୧
ପ୍ରଭୁ ଶ୍ରୀରାମ ଙ୍କ ଅଯୋଧ୍ୟା ରେ ପ୍ରାଣ ପ୍ରତିଷ୍ଠା ର ଭବ୍ୟ ମହୋତ୍ସବ ଅଵସର ରେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଚାରବାହାଲ ଗ୍ରାମ ଠାରେ ଅଞ୍ଚଳ ର ପ୍ରତିଷ୍ଠିତ ଲୋକ କଲା ଅନୁଷ୍ଠାନ କୃପାସିନ୍ଧୁ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ନିଶୁକ୍ଳ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ ଆରୋଗ୍ୟ ପାଥୋଲୋଜି ର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିଲା। ଏହି ସ୍ୱାସ୍ଥ୍ୟ ପରୀକ୍ଷା ଶିବିର କୁ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଡାକ୍ତର ଦୀନବନ୍ଧୁ ସାହାଣି,ସମ୍ମାନିତ ଅତିଥି ଭାବେ ଲଳିତ କିଶୋର ପଣ୍ଡା, କୃପାସିନ୍ଧୁ ସାଂସ୍କୃତିକ ପରିଷଦ ର ସଭାପତି ଜ୍ଞାନ ରଞ୍ଜନ ପଣ୍ଡା,ଜାନକୀ ପାନ ଉପସ୍ଥିତ ରହି ଶିବିର କୁ ଉଦଘାଟନ କରିଥିବା ବେଳେ ଉଚ୍ଚ ରକ୍ତଚାପ, ମଧୁମେହ, ରକ୍ତ ଗ୍ରୁପ ନମୁନା ପରୀକ୍ଷା, ହିମୋଗ୍ଲୋବିନ ପରୀକ୍ଷା ମାଗଣା ରେ କରାଯାଇଛି, ମୋଟ ୯୯ ଜଣ ରୋଗୀ ବିଭିନ୍ନ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ, ସେମାନଙ୍କୁ ଜ୍ୟୋତି ମେଡ଼ିକାଲ ଷ୍ଟୋର ପକ୍ଷରୁ ନିଶୁକ୍ଳ ଜରୁରୀକାଳୀନ ଔଷଧ ବଣ୍ଟନ କରିଥିଲେ। କାର୍ଯ୍ୟକ୍ରମ କୁ ଆରୋଗ୍ୟ ପାଥୋଲୋଜି ର ଏମଡି ତଥା କୃପାସିନ୍ଧୁ ସାଂସ୍କୃତିକ ଅନୁଷ୍ଠାନ ର କାର୍ଯ୍ୟକାରୀ ସଭାପତି ଆଦିତ୍ୟ ପଣ୍ଡା ପରିଚାଳନା କରିଥିଲେ।

More Stories