Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେହେରାରେ ରାମ ରଥ ପରିକ୍ରମା, ୫୦୦ରୁ ଉର୍ଦ୍ଧ୍ବ ମହିଳାଙ୍କ ଯୋଗଦାନ।

କୋକସରା:୨୨/୦୧
ଆଜି ସାରା ବିଶ୍ବ ଶ୍ରୀରାମମୟ। ସତେ ଯେପରି ଅଯୋଧ୍ୟାରେ ଆଜି ପ୍ରଭୁ ଶ୍ରୀରାମ ଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ସମଗ୍ର ବିଶ୍ବ ଉତ୍ସବ ପାଳନ କରୁଛି। ଗ୍ରାମାଞ୍ଚଳରେ ତାଠୁ ଅଧିକ ଉତ୍ସବର ମାହୋଲ ଦେଖିବାକୁ ମିଳୁଛି। ପ୍ରତ୍ୟେକ ଦୋକାନ, ଘର, କାର୍ଯ୍ୟାନୁଷ୍ଠାନ ଗୁଡିକରେ ଶ୍ରୀରାମ ପତାକା ଲାଗିଛି। ବାଇକ ଗୁଡିକରେ ଜୟ ଶ୍ରୀରାମ ଝଣ୍ଡା ଲାଗିଛି। ଲୋକଙ୍କ ମୁହଁରେ ଜୟ ଶ୍ରୀରାମ ନାରା ପଡୁଛି। ଘର ସାମ୍ନା ସଫାସୁତୁରା କରାଯାଇ ଝୋଟି ଅଙ୍କାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ବେହେରା ଜଗନ୍ନାଥ ମନ୍ଦିରରୁ ଏକ ରାମ ରଥ ଭବ୍ୟ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରିଥିଲା। ଏଥିରେ ପାଞ୍ଚ ଶହରୁ ଉର୍ଦ୍ଧ୍ବ ମହିଳାଙ୍କ ସହ ଗ୍ରାମବାସୀ ଅଂଶଗ୍ରହଣ କରିଥିଲେ। ଗ୍ରାମବାସୀ ଘର ସାମ୍ନାରେ ଝୋଟି ପକାଇ ବନ୍ଦାପନା କରି ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ରୋଷନ ଅଗ୍ରୱାଲ ଓ ତାଙ୍କ ଧର୍ମପତ୍ନୀ କର୍ତ୍ତା ଦାୟିତ୍ଵ ତୁଲାଇଥିବା ବେଳେ ଜଗନ୍ନାଥ ମନ୍ଦିର ପୂଜକ ମୋହନ ତିୱାରୀ ପୂଜା କରିଥିଲେ। କୁନିକୁନି ଶିଶୁମାନେ ରାମ, ଲକ୍ଷ୍ମଣ, ସୀତା ବେଶରେ ରଥାରୂଢ ହେଇ ପୂଜା ପାଇଥିଲେ। ସନ୍ଧ୍ଯା ସମୟରେ ଏକ ଭଜନ ସମାରୋହ ଆୟୋଜନ କରାଯାଇଥିଲା। ଅନୀଲ ପଣ୍ଡା, ତ୍ରିଲୋକ ସିଂ, ଅଭୟ ସିଂ ରାଜପୁତ, ମଣ୍ଟୁ ଅଗ୍ରୱାଲ, ରିଙ୍କୁ ଅଗ୍ରୱାଲ, ବବଲୁ ଅଗ୍ରୱାଲ, ଭକଚନ ନାଏକ, ରାହାସ ନାଏକ, ଜୟଚନ୍ଦ୍ର ନାଏକ, ଗଗନ ନାଏକ, ଲଲିତ ବାଣୁଆ, କ୍ଷୀରସିନ୍ଧୁ ବାଗ, କ୍ଷୀରସିନ୍ଧୁ ବାଣୁଆ ପ୍ରମୁଖ ସହଯୋଗ କରିଥିଲେ।

More Stories