Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାମଲାଲା ପ୍ରାଣ ପ୍ରତିଷ୍ଠା ଉତ୍ସଵ ପାଇଁ ଶ୍ରୀରାମ ନାମରେ ଗୁଞ୍ଜରିତ ଗାଁ ଠୁ ସହର, କୋକସରା ରେ ବାଇକ ରେଲି କଲେ ଶ୍ରୀରାମ ସେନା।

କୋକସରା:୨୩/୦୧
ଶ୍ରୀରାମ ଙ୍କ ଭବ୍ୟ ପ୍ରାଣ ପ୍ରତିଷ୍ଠା ଉତ୍ସଵ ଅଯୋଧ୍ୟା ରେ ମହା ସମାରୋହରେ ପାଳିତ ହେଉଥିବା ବେଳେ ଦେଶ ରେ ରାମଲାଲା ଙ୍କ ପ୍ରାଣ ପ୍ରତିଷ୍ଠା ମହୋତ୍ସବ ପାଇଁ ଶ୍ରଦ୍ଧାଳୁ ଙ୍କ ମଧ୍ୟରେ ନାହିଁନଥିବା ଉତ୍ସାହ ପରିଲକ୍ଷିତ ହୋଇଛି। କୋକସରା ବ୍ଲକ ସଦର ମହକୁମା ଠାରୁ ଏକ ବାଇକ ଶୋଭାଯାତ୍ରାରେ ଶତାଧିକ ଶ୍ରୀରାମ ସେନା ର ଯୁବକ ମାନେ ଡୋକାରିଚଞ୍ଚରା ଶ୍ରୀରାମ ମନ୍ଦିର ପର୍ଯ୍ୟନ୍ତ ଶ୍ରୀରାମ ନାମରେ ଧ୍ୱନି ଦେଇ ପହଞ୍ଚି ଦୀପଦାନ ସହ ଭଜନ କୀର୍ତ୍ତନ କରିଥିଲେ।।ପରେ ସେଠାରୁ ପ୍ରତ୍ୟାବର୍ତ୍ତନ କରି ସନ୍ଧ୍ୟାରେ କୋକସରା ହନୁମାନ ବଟିକା ରେ ସମାବେତ ଦୀପ ପ୍ରଜ୍ଜ୍ୱଳନ କରି ଦୀପ ଦାନ କରି ଶ୍ରୀରାମ ପ୍ରାଣ ପ୍ରତିଷ୍ଠା ଉତ୍ସଵ ପାଳନ ପୂର୍ବକ ବାଣ ଫୁଟାଇ ଖୁସି ମନାଇଥିଲେ। ପରେ ପ୍ରସାଦ ସେବନ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେହିପରି ବ୍ଲକ ର ଲଡୁଗାଁ ସହର ରେ ମଧ୍ୟ ଶ୍ରୀରାମ ଧ୍ୱନି ରେ ଓ ଗେରୁଆ ପତାକା ରେ ଭବ୍ୟ ପରିବେଶ ସୃଷ୍ଟି ହୋଇଥିଲା।ହନୁମାନ ମନ୍ଦିର ରେ ମଧ୍ୟ ଭବ୍ୟ ଉତ୍ସଵ ଓ ଶ୍ରୀରାମ ନାମ କଥାମୃତ ରେ ଶହ ଶହ ସଂଖ୍ୟକ ଶ୍ରୀରାମ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା।

More Stories