Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଙ୍ଗାଳପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ୬୬ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ।

କୋକସରା:୨୩/୦୧ ଜୟପାଟଣା ବ୍ଲକ ରେଙ୍ଗାଳପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୬୬ ତମ ବାର୍ଷିକ ଉତ୍ସବ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି। ବାର୍ଷିକ ଉତ୍ସବ ର ଉଦଘାଟନୀ କାର୍ଯ୍ୟକ୍ରମ ସ୍କୁଲ କମିଟି ସଭାପତି ଉମା ଶଙ୍କର ଦୀପ ଙ୍କ ସଭାପତିତ୍ୱ ରେ ପ୍ରାରମ୍ଭ ପୂର୍ବରୁ ଛାତ୍ରୀ ମାନେ ସ୍ୱାଗତ ସଙ୍ଗୀତ ଗାନ କରିବା ପରେ କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ଭାବେ ଜୟପାଟଣା ବ୍ଲକ ଉପାଧକ୍ଷ୍ୟା ଜାନକୀ ବାଣୁଆ, ମୁଖ୍ୟ ବକ୍ତା ଭାବେ କେନ୍ଦ୍ର ସାହିତ୍ୟ ଏକାଡୋମି ଦ୍ୱାରା ଯୁବ ଗାଳ୍ପିକ ପୁରସ୍କାର ପ୍ରାପ୍ତ ଡିଲେଶ୍ୱର ରଣା, ମୁଖ୍ୟବକ୍ତା ଭାବେ ସ୍ଥାନୀୟ ସରପଞ୍ଚ ଐଶ୍ଚର୍ଯ କୁମାର ଦାସ, ଗୋଷ୍ଠି ସାଧନ କେନ୍ଦ୍ର ସଂଯୋଜକ ଟିକେଚନ୍ଦ୍ର ମାଝୀ, ଅତିରିକ୍ତ ଗୋଷ୍ଠି ଶିକ୍ଷାଅଧିକାରୀ ସୁରେନ୍ଦ୍ର ମୋହନ ଯୋଶୀ, ସ୍ଥାନୀୟ ପରମାନନ୍ଦ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ମୁଣ୍ଡ , ଖଲିଆଭଟା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଉମାଶଙ୍କର ପଣ୍ଡା,ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ରମାକାନ୍ତ ମାଝୀ ଏବଂ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଲଲିତ କୁମାର ନାଏକ ପ୍ରମୁଖ ସମ୍ମାନିତ ଅଥିତି ଭାବରେ ମଞ୍ଚାସିନ ଥିଲେ।ପ୍ରଥମ ଅଧିବେଶନ ପରେ ଧର୍ମଗଡ ଉପ ଜିଲ୍ଲାପାଳ ବିରଞ୍ଚି ନାରାୟଣ ଦରୱାନ,ଅତିରିକ୍ତ ଗୋଷ୍ଟି ଉନ୍ନୟନ ଅଧିକାରୀ ବିଶ୍ଵନାଥ ରାଉତ ଙ୍କ କରକମଳରେ ଲାଇବ୍ରେରୀ ପୁସ୍ତକ ଅଷ୍ଟମ ଶ୍ରେଣୀ ପ୍ରକୋଷ୍ଠରେ ଉନ୍ମୋଚିତ ହୋଇଥିଲା ଅତିଥୀ ମାନେ ଉପସ୍ଥିତ ରହି ଶିକ୍ଷାନୁଷ୍ଠାନ ର ୬୬ ତମ ବାର୍ଷିକ ଉତ୍ସବ ଗୌରବ ର ମୂକସାକ୍ଷୀ ହୋଇ ରହିବ, ଛାତ୍ରଛାତ୍ରୀ ଙ୍କ ପାଇଁ ଏହା ସ୍ମରଣୀୟ ମୁହୂର୍ତ୍ତ ହୋଇ ରହିବ ବୋଲି ଅତିଥିମାନେ କହିଥିଲେ।ବାର୍ଷିକ ଉତ୍ସବ ର ଉଦଯାପିତ ସନ୍ଧ୍ୟାରେ ମିନା ମଞ୍ଚ ରେ ଅଷ୍ଟମ ଶ୍ରେଣୀ ର ଛାତ୍ରୀ ମଧୁସ୍ମିତା ସାହୁ ସଭାନେତ୍ରୀ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ମା ମାଣିକେଶ୍ୱରୀ ବିଶ୍ଵ ବିଦ୍ୟାଳୟର କୁଳପତି କର୍ଣ୍ଣେଲ ଡ଼. ସଞ୍ଜୟ କୁମାର ଶତପଥୀ, ମୁଖ୍ୟ ବକ୍ତା ଭାବେ ଥୁଆମୂଳ ରାମପୁର ମା ମାଣିକେଶ୍ୱରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ସତ୍ୟ ନାରାୟଣ ମୁଣ୍ଡଛିନା,ସମ୍ମାନିତ ଅତିଥି ଭାବେ ବରିଷ୍ଠ ସମାଜସେବୀ ବଜିନ୍ଦ୍ର କୁମାର ପାଟଯୋଶୀ, ଅନ୍ତର୍ଜାତୀୟ ପର୍ବତାରୋହି ଯୋଗବ୍ୟାସ ଭୋଇ, ବରିଷ୍ଠ ସାମ୍ବାଦିକ ଶେଷଦେବ ବେହେରା ,ଓଡିଶା ଆଦର୍ଶ ବିଦ୍ୟାଳୟ ଜୟପାଟଣା ଅଧ୍ୟକ୍ଷ ଗିରିଶ ଚନ୍ଦ୍ର ପଟେଲ, ଅଧ୍ୟକ୍ଷ ଜୟପାଟଣା ବ୍ଲକ ଥବିର ବାଗ, ଉପସ୍ଥିତ ରହିଥିଲେ। ପ୍ରଧାନ ଶିକ୍ଷକ ଲଳିତ କୁମାର ନାଏକ ବିବରଣୀ ପଠନ ସହ ଅତିଥୀ ପରିଚୟ ପରିଚୟ ପ୍ରଦାନ କରିଥିଲେ। ରେଙ୍ଗାଳପାଲି ୟୁପି ସ୍କୁଲର ଶୈକ୍ଷିକ ବାତାବରଣ ଓ ପରିବେଶ ଜିଲ୍ଲା ପାଇଁ ଏକ ରୋଲ ମଡେଲ ଓ ଏହି ସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀ ନାଏକ ଙ୍କ ବଳିଷ୍ଠ ଉଦ୍ୟମ ଯୋଗୁ ଏହା ସଫଳ ହୋଇଛି ବୋଳି ବକ୍ତା ମାନେ କହିଥିଲେ।ପରେ ବରିଷ୍ଠ ସାମ୍ବାଦିକ ଶେଷଦେବ ବେହେରା, ପ୍ରମେୟ କୋକସରା ବ୍ଲକ ପ୍ରତିନିଧି ସନତ କୁମାର ପ୍ରଧାନୀ, ଅସରଫ ଅଲ୍ଲୀ,ସ୍କୁଲ ପାଇଁ ଜମି ଦାନ କରିଥିବା ସ୍ବର୍ଗତ ନେତ୍ରାନନ୍ଦ ନାଏକ ଙ୍କ ତିନି ପୁତ୍ର ଦୁଲ୍ଲଭ ନାଏକ,ବିରଞ୍ଚି ନାଏକ, ଜଗଜିବନ ନାଏକ ଓ କୃତୀ ଶିକ୍ଷକ କୁଞ୍ଜବିହାରୀ ଦାସ ଙ୍କୁ ସମର୍ଦ୍ଧନା କରାଯାଇଥିଲା।କାର୍ଯ୍ୟକ୍ରମ ଟି କୁ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ବ୍ଲକ ର ବିଭିନ୍ନ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିବା ବେଳେ ଅନନ୍ତ ନାରାୟଣ ପଣ୍ଡା,ପୂର୍ଣ୍ଣଚନ୍ଦ୍ର ପଣ୍ଡା ପ୍ରିୟଙ୍କା ଶୁକ୍ଳା,ଶୁଭେନ୍ଦୁ ପଣ୍ଡା ,ପ୍ରଦୀପ ସରାବୁ, ନବ କିଶୋର ନାଏକ ଓ ଚିତ୍ତରଞ୍ଜନ ଦଳପତି ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ।ପୂର୍ଣ୍ଣଚନ୍ଦ୍ର ପଣ୍ଡା,ଅନନ୍ତ ନାରାୟଣ ପଣ୍ଡା ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଅଶ୍ୱିନ କୁମାର ତାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ।ପରେ ଜୟପାଟଣା ବିଭିନ୍ନ ସ୍କୁଲ ର ଛାତ୍ରଛାତ୍ରୀ ମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories