Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡିଫାଇନ କଳାହାଣ୍ଡିର ବିଶାଳ ସମାବେଶଯୁବଗୋଷ୍ଠୀ ହାତରେ ରହିଛି ସ୍ବର୍ଣ୍ଣିମ କଳାହାଣ୍ଡି ଗଠନ।

କୋକସରା:୨୩/୦୧
ପ୍ରାଗ ଐତିହାସିକ ଯୁଗର ସ୍ବାକ୍ଷର ବହନ କରୁଥିବା କଳାହାଣ୍ଡି, କଳା ସଂସ୍କୃତିରେ ଯେମିତି ଭରପୁର ସେମିତି ପ୍ରାଚୀନ ପରମ୍ପରା ଓ ସଂସ୍କୃତିରେ ରୁଧୀମନ୍ତ, ସମୟ ଚକ୍ରରେ ବିଗତ କିଛି ବର୍ଷତଳେ ଭୋଗର ଭୁଗୋଳ ସାଜିଥିବା କଳାହାଣ୍ଡି ଏବେ ସାରା ରାଜ୍ୟକୁ ଅର୍ଣ୍ଣ ଯୋଗାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ଓ ଯୋଜନାବଦ୍ଧ କାର୍ଯ୍ୟ ଯୋଗୁଁ ଏହା ସମ୍ଭବତ ହୋଇପାରିଛି। ତେଣୁ ଯୁବପିଢୀ ନିଶା ଓ କୁ ଅଭ୍ୟାସ ଠାରୁ ଦୂରେଇ ରହି ଏକ ସ୍ବର୍ଣ୍ଣିମ କଳାହାଣ୍ଡି ଗଠନ ଦିଗରେ ଆଗେଇ ଆସିବା ସମୟ ଆସି ଯାଇଛି। ମୋ’ ମାଟି ପାଇଁ ଉଦ୍ଦେଶ୍ୟ ବିହୀନ ସେବା କରିବି ବୋଲି ସମାଜସେବୀ ମଧୁ ମହାନ୍ତି ମତବ୍ୟକ୍ତ କରିଛନ୍ତି। ମଙ୍ଗଳବାର ମା’ ମାଣିକେଶ୍ଵରୀଙ୍କ ଆଦ୍ୟପୀଠ ଥୁଆମୁଲ ରାମପୁର ଡାକଟାଠାରେ ଆୟୋଜିତ ହୋଇଥିବା ଟୋକିପର୍ବର ଶାଗ ତୋଲା ଉତ୍ସବରେ ଯୋଗଦେଇ ଏହି ମତ ରଖିଛନ୍ତି। ଉତ୍ସବକୁ ଯୋଗଦେବା ଆଗରୁ ଶ୍ରୀମହାନ୍ତି ଯୁବନେତା କିରଣ ଧଙ୍ଗଡାମାଝୀଙ୍କ ତତ୍ବାବଧାନର ସ୍ଥାନୀୟ କଳମପୁର ଛକ ନିକଟରୁ ବିଶାଳ ଶୋଭାଯାତ୍ରା ବାହାରି ମା’ ମାଣିକେଶ୍ବରୀ ପୀଠରେ ପହଞ୍ଚି ଥିଲେ। ସେଠାରେ ମା’ଙ୍କୁ ଦର୍ଶନ କରିସାରିବା ପରେ ଡାକଟାଠାରେ ଚାଲିଥିବା ଟୋକିପର୍ବର ଶାଗ ତୋଲା ଉତ୍ସବରେ ଯୋଗଦେଇ ସମାଜସେବୀ ଶ୍ରୀମହାନ୍ତି ନିଜର ଉଦବୋଧନ ରଖିଥିଲେ। ଶେଷରେ ଡିଫାଇନ କଳାହାଣ୍ଡିର ସଂଯୋଜକ ଜୟନ୍ତ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

More Stories