Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ମାଝୀଗୁଡା ଓ କାଶିବାହଲ ପଞ୍ଚାୟତ ରେ।ଅନୁଷ୍ଠିତ।

କୋକସରା:୨୪/୦୧
ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଓଡ଼ିଶା ସରକାରଙ୍କ ଲୋକାଭିମୁଖୀ ଯୋଜନା ର ରୂପରେଖ ଜନ ସାଧାରଣ ଙ୍କ ନିକଟରେ ପହଞ୍ଚାଇବା ପାଇଁ ଆରମ୍ଭ କରିଛନ୍ତି ଆମ ଓଡ଼ିଶା ନବୀନ ଓଡ଼ିଶା,ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର। ବୁଧବାର କୋକସରା ବ୍ଲକ ମାଝୀଗୁଡା ଓ କାଶିବାହଲ ପଞ୍ଚାୟତ ରେ ଏହି ସଚେତନତା କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଛି। ମାଝୀଗୁଡା ପଞ୍ଚାୟତ ନିଜ ଗାଁ ରେ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ ଏହି କାର୍ଯ୍ୟକ୍ରମ ରେ ବିଧାୟକ ଶ୍ରୀ ବାଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଡ଼ିଓ କୋକସରା ସ୍ନେହାପ୍ରଭା ମାଝୀ, ମାଝୀଗୁଡା ସରପଞ୍ଚ ମାମି ବାଗ, ସମିତି ସଭ୍ୟା ନମିତା ଚଣ୍ଡି,ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ବାଗ, ବିଜେଡି ନେତା ଦୁର୍ଗା ନାଏକ, ବିଜେଡି ବ୍ଲକ ସଂପାଦକ ପଞ୍ଚକ ପୋଢ଼ ପ୍ରମୁଖ ମଞ୍ଚ ରେ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ଜନ୍ମ ରୁ ମୃତ୍ୟ ପର୍ଯ୍ୟନ୍ତ ରହିଥିବା ଯୋଜନା ସହ ଲୋକାଭିମୁଖୀ ଯୋଜନା ଉପରେ ଉପସ୍ଥିତ ଜନ ସାଧାରଣ ଙ୍କୁ ଅବଗତ କରାଇବା ସହ ଓଡିଶା ରାଜ୍ୟର ବିକାଶ ପାଇଁ ବିଜେଡି ସରକାର ହିଁ ପ୍ରତିଶୃତିବଦ୍ଧ ବୋଳି କହିଥିଲେ। କଟକ ରୁ ଆସିଥିବା ସିଙ୍ଘମ ଲୋକନୃତ୍ୟ ଓ ସ୍ଥାନୀୟ ଅଞ୍ଚଳର କଳାକାର ମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସେହିପରି କାଶିବାହଲ ପଞ୍ଚାୟତ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ କୋକସରା ରାଜୀବ ଅଗ୍ରୱାଲ, ସରପଞ୍ଚ ପୁଷ୍ପାଞ୍ଜଳି ନାଏକ, ସମିତି ସଭ୍ୟ ଗଜାନନ ନାଏକ ଉପସ୍ଥିତ ରହିଥିବା ବେଳେ ଲୋଇସିଙ୍ଗା ର ଶଙ୍କର ଗ୍ରୁପ ବଜାସାଲ କାର୍ଯ୍ୟକ୍ରମ ରେ ଜନ ପ୍ରତିନିଧି ଙ୍କ ସମେତ ଝୁମି ଯାଇଥିଲେ। ଦୁଇ ପଞ୍ଚାୟତ ର କାର୍ଯ୍ୟକ୍ରମ ରେ ମିଶନ ଶକ୍ତି ର ମହିଳା କର୍ମଚାରୀ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ସମେତ ସ୍ଥାନୀୟ ଗ୍ରାମବାସୀମାନେ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ବିଷୟରେ ଅବଗତ ହୋଇଥିଲେ। ମାଝୀଗୁଡା।ପଞ୍ଚାୟତ ରେ କାର୍ଯ୍ୟକ୍ରମ କୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା, ପଞ୍ଚାୟତ ପିଇଓ ଭବିଷ୍ୟତ ପଟେଲ ପରିଚାଳନା କରିଥିବା ବେଳେ ତ୍ରିଲୋଚନ ବାଗ ମଞ୍ଚ ପରିଚାଳନା କରିଥିଲେ। କାଶିବାହଲ ପଞ୍ଚାୟତ ରେ ପିଇଓ ଜାଫେଦ ନାଗ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories