ଲଡୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନୂଆ ଓ, ଓଡ଼ିଆ ଭାଷା ସାହିତ୍ୟ ଉଦଯାପନି ସମାରୋହ ଅନୁଷ୍ଠିତ।

କୋକସରା:୨୫/୦୧ ରାଜ୍ୟ ସରକାରଙ୍କ ନୂଆ ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ର ଦ୍ଵିତୀୟ ପର୍ଯ୍ୟାୟରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଶ୍ରୀ ଜଗନ୍ନାଥ ସଂସ୍କୃତି କୁ ବିଶ୍ୱ ସ୍ତରରେ ଲୋକାଭିମୁଖୀ କରିବା ପାଇଁ ବିଶ୍ୱ ଓଡ଼ିଆ ଭାଷା ସାହିତ୍ୟ ସମ୍ବିଳନୀ ଆୟୋଜନ କରାଯାଉଛି ।ଏହି ପରିପ୍ରେକ୍ଷୀରେ ଲଡୁଗାଁ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ ରେ ଓଡ଼ିଆ ସାହିତ୍ୟ ଭାଷା ମାଧ୍ୟମରେ ଭାବ ଓ ଭକ୍ତି ରେ ଶ୍ରୀ ଜଗନ୍ନାଥ ଆଲୋଚନା ଚକ୍ର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ କଲେଜ ର ଅଧ୍ୟକ୍ଷ ଡ଼. ନିହାରକାନ୍ତ ପଣ୍ଡା ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ସାହିତ୍ୟର ଉପାସକ କୃପାସିନ୍ଧୁ ପଣ୍ଡା, ଓଡ଼ିଆ କବି ସୁଶାନ୍ତ କୁମାର ଲେଙ୍କା,ବରିଷ୍ଠ ଶିକ୍ଷାବିଦ ବନମାଳୀ ମାଝୀ, ପ୍ରଫୁଲ୍ଲ ମାଝୀ, କୋକସରା ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟ ଅଧ୍ୟକ୍ଷ ଉପେନ୍ଦ୍ର ସାହୁ ଉପସ୍ଥିତ ରହି ଥିବାବେଳେ ମଞ୍ଚ କାର୍ଯ୍ୟକ୍ରମ ସଂଯୋଜନା ଅଧ୍ୟାପକ ସଞ୍ଜୟ ପୁରୋହିତ କରିଥିଲେ। ଏହି ଅବସର ରେ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଓଡ଼ିଆ ଭାଷା ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତି ଓଡ଼ିଆ ଜାତି ର ଅସ୍ମିତା ଉପରେ ଆଲୋଚନା ହୋଇଥିଲା। ଏହି ଅବସର ରେ ଗଣମାଧ୍ୟମ ର ପ୍ରତିନିଧି ସନତ ପ୍ରଧାନୀ, ଶରତ ଚନ୍ଦ୍ର ରାଉତ, ଦୁଷ୍ମନ୍ତ ପାଟଯୋଶୀ ଓ କିଶନ ପଟ୍ଟନାୟକ ଙ୍କୁ ସମ୍ବର୍ଦ୍ଧନା କରିଥିଲେ। ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ଙ୍କୁ ମାନପତ୍ର ସହ ଓଡ଼ିଆ ଶବ୍ଦ କୋଷ ,ଜଗନ୍ନାଥ ଫୋଟୋଚିତ୍ର ଦେଇ ପୁରସ୍କୃତ କରିଥିଲେ। ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ ର ଅଧ୍ୟାପକ ପ୍ରେମାନନ୍ଦ ସାହା ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପକ ଶଙ୍କର ସତନାମୀ, ଭାଗବତ କଟା, ପ୍ରଶାନ୍ତ ଯୋଶୀ, ଅଧ୍ୟାପିକା କଲ୍ୟାଣି ମହାନ୍ତି, ଗୀତାଞ୍ଜଳି ରାଉତ, ଖେଳ ଶିକ୍ଷକ ବିରେନ୍ଦ୍ର ନାରାୟଣ ଦାସ,ଭାରତ ଭୂଷଣ ଠାକୁର, ବିଭୁ ସାହୁ, ଦିବାକର ଦୁର୍ଗା, ତୁଳସୀ ବାଗ ପ୍ରମୁଖ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।